ଆଜିଠୁ ଷ୍ଟାର ପ୍ଲସରେ ଆରମ୍ଭ ହେଉଛି ଧାରାବାହିକ ‘ବିଦ୍ରୋହୀ’ । ଦେଶ ଦେଖିବ ପାଇକ ବିଦ୍ରୋହର କାହାଣୀ । ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଆ ପୁଅ ବକ୍ସି ଜଗବନ୍ଧୁଙ୍କ କାହାଣୀକୁ ନେଇ ଏହି ଧାରବାହିକ ଆରମ୍ଭ ହେବାକୁ ଯାଉଛି । ଧାରାବାହିକ ସୋମବାରରୁ ଶନିବାର ପ୍ରସାରିତ ହେବ । ଏହି ସିରିଏଲରେ ବକ୍ସି ଜଗବନ୍ଧୁଙ୍କ ସ୍ତ୍ରୀଙ୍କ ଭୂମିକାରେ ନଜର ଆସିବେ ଓଡ଼ିଶା ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ। ସେ ଆଗରୁ ଅନେକ ହିନ୍ଦି ସିରିଏଲରେ କାମ କରି ବେଶ୍ ପ୍ରଂଶସା ସାଉଁଟିଛନ୍ତି। ବକ୍ସି ଜଗବନ୍ଧୁ ଭୂମିକାରେ ନଜର ଆସିବେ ଅଭିନେତା ସରଦ ମାଲହୋତ୍ରା। ଇଂରେଜ ମାନଙ୍କ କଠୋର ଆଇନ ବିରୋଧରେ ପାଇକ ମାନେ କିପରି ବିଦ୍ରୋହ କରିଥିଲେ ତା ଉପରେ ଏହି ଧାରାବାହିକ ପର୍ଯ୍ୟବେଶିତ ହୋଇଛି।୧୮୧୭ ମସିହା ଇଂରେଜ ଶାସନ କାଳରେ ଓଡ଼ିଶାରେ ଇଣ୍ଡିଆ କମ୍ପାନୀ ବିରୋଧରେ ପାଇକ ବିଦ୍ରୋହର ଗାଥା ଦେଖିବ ସାରା ଦେଶ। ଦୁଇ ରାଣୀଙ୍କ ସହ ମିଶି ଜଣେ ବିଦ୍ରୋହୀ ସଂଗ୍ରାମୀ ବକ୍ସି ଜଗବନ୍ଧୁ ସେ ସମୟରେ କିପରି ଇଂରେଜ ମାନଙ୍କ ସହ ଲଢିଥିଲେ ତା ଉପରେ ଧାରବାହିକ ପର୍ଯ୍ୟବେଶିିତ ହୋଇଛି। ଷ୍ଟାରପ୍ଲସରେ ଆଜି ସନ୍ଧ୍ୟା ୬.୩୦ ଏହି ସୋ ଆରମ୍ଭ ହେବ ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0