ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ସମଗ୍ର ମାନବ ଜାତିକୁ କରୋନା ମହାମାରୀ ରୂପକ ସମସ୍ୟାକୁ ସମାଧାନ କରିବା ପାଇଁ ଯେପରି ଭାବରେ ଭ୍ୟାକସିନ ଉପଯୋଗୀ ହୋଇଛି। ସେହିରି ବସ୍ତୁବାଦୀ ଦୁନିଆରେ ମାନବ ଜୀବନକୁ ଆଧ୍ୟାତ୍ମିକ ଚେତନାରେ ଯୋଡ଼ିବା ପାଇଁ ସତ୍ସଙ୍ଗ ହିଁ ଆଜିର ଦିନରେ ଭ୍ୟାକସିନ ସଦୃଶ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶୁକ୍ରବାର ପୁରୁଷୋତମ ଠାକୁର ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ୧୩୩ତମ ପବିତ୍ର ଜନ୍ମୋତ୍ସବରେ ଭୁବନେଶ୍ୱର କଲ୍ୟାଣପୁର ସତସଙ୍ଗ କେନ୍ଦ୍ର ସ୍ୱସ୍ତିବନ ପକ୍ଷରୁ ଆୟୋଜିତ ଭର୍ଚୁଆଲ ସତସଙ୍ଗ କାର୍ୟ୍ୟକ୍ରମରେ ନୂଆଦିଲ୍ଲୀରୁ ସାମିଲ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାନ ଭାରତବର୍ଷ ହେଉଛି ଆଧ୍ୟାତ୍ମିକ ଚେତନାର ପୂଣ୍ୟଭୂମି । ଯୁଗେଯୁଗେ ଏହି ମାଟିରେ ସନ୍ଥ ମହାତ୍ମାଗଣଙ୍କ ଆବିର୍ଭାବ ହୋଇଛି । ସେମାନଙ୍କ ଚେତନା ଭାରତୀୟ ମାନଙ୍କୁ ଏବଂ ବିଶ୍ୱବାସୀଙ୍କୁ ଆଧ୍ୟାତ୍ମିକ ଦିଗଦର୍ଶନ ଦେଇ ସମସ୍ତଙ୍କ ଜୀବନ ଧାରାକୁ ମଙ୍ଗଳମୟ କରିଛି । ମନୁଷ୍ୟ ଜୀବନରେ ଖାଦ୍ୟ,ବସ୍ତ୍ର ଓ ବାସଗୃହ ଯେପରି ମୌଳିକ ଆବଶ୍ୟକତା ସେପରି ମଣିଷ ଜୀବନକୁ ମଙ୍ଗଳମୟ କରିବା ପାଇଁ ସତସଙ୍ଗ ଆଜିର ସମାଜରେ ଖୁବ ପ୍ରାସଙ୍ଗିକ ହୋଇଛି । ଶ୍ରୀ ଅନୁକୂଳଚନ୍ଦ୍ର ଦ୍ୱାରା ପ୍ରତିଷ୍ଠିତ ସତସଙ୍ଗ ଆଶ୍ରମ ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଓ ମାନବ କଲ୍ୟାଣ କାର୍ୟ୍ୟରେ ସମର୍ପିତ ହୋଇ ନିଜର ଗରିମାମୟ ପରିଚୟ ସୃଷ୍ଟି କରିଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ‘ସତସଙ୍ଗୀ’ ହେବାକୁ ପୁରୁଷୋତମ ଠାକୁର ଶ୍ରୀ ଅନୁକୂଳଙ୍କ ବାଣୀ ସମାଜରେ ସମାନତା ଓ ଆଧ୍ୟାତ୍ମିକତା ପ୍ରତିଷ୍ଠା ପାଇଁ ବଳିଷ୍ଠ ଯୋଗଦାନ କରିଆସିଛି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0