spot_img

ଗଛରେ ପିଟି ହୋଇ ଜଳିଗଲା ଭ୍ଯାନ୍

ନୟାଗଡ଼ : ନୟାଗଡ ଜିଲ୍ଲା ଫତେଗଡ ଥାନା ମାଣିବନ୍ଧ ନିକଟରେ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ଗଛରେ ପିଟି ହୋଇ ଜଳିଗଲା ପଲ୍ଯୁସନ୍ ଯାଞ୍ଚ ଭ୍ଯାନ । ଭ୍ଯାନରେ ଥିବା ଦୁଇଜଣଙ୍କ ସହିତ ୪ ବାଇକ୍ ଆରୋହୀ ଆହତ । ୪ଜଣଙ୍କୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ପଲ୍ଯୁସନ୍ ଯାଞ୍ଚ ଭ୍ଯାନ ଖଣ୍ଡପଡାରୁ ଭାପୁର ଯାଉଥିବାବେଳେ ଜାମୁସାହି ନିକଟରେ ଦୁଇଟି ବାଇକ୍‌କୁ ଧକ୍କା ଦେଇଥିଲା । ଏଥିରେ ୪ଜଣ ବାଇକ୍ ଆରୋହୀ ଆହତ ହୋଇଥିଲେ । ପରେ ଦୃତ ଗତିରେ ଯାଇ ଭ୍ଯାନ୍‌ଟି ମାନପୁର ନିକଟରେ ଏକ ଗଛରେ ପିଟି ହୋଇ ଜଳି ଯାଇଥିଲା ।

ଭ୍ଯାନ ଭିତରେ ଥିବା ଧଳାପଥର ଗାଁର ସୋମନାଥ ସାହୁ ଏବଂ ଜଣେ ୧୪ବର୍ଷର ନାବାଳକ ଦିପ୍ତିରଞନ ସାହୁ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ଭାପୁର ଡାକ୍ତରଖାନା ଏବଂ ପରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି । ଆହତ ୪ଜଣ ବାଇକ ଆରୋହୀଙ୍କ ମଧ୍ଯରେ ଜଣେ ମହିଳା ଏବଂ ଦୁଇଜଣ ପୁରୁଷ ଅଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular