ବାତ୍ୟା ପରେ ବଦଳୁଛି ପାଗ, ହଟିଲା ଓ୍ବାର୍ଣ୍ଣିଂ, ଫେରିବ ଶୀତ । ଆଜି ଉପକୂଳ ତଥା ତତ୍-ସଂଲଗ୍ନ ଜିଲ୍ଲା ଗୁଡିକରେ ପାଗ ମେଘୁଆ ରହିଛି। ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ରାଜ୍ୟରୁ ବାତ୍ୟା ଜନିତ ସମସ୍ତ ସତର୍କ ସୂଚନା ହଟାଇ ଦିଆଯାଇଛି। ଏହାସହ ମଙ୍ଗଳବାରଠୁ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ। ଏହାସହ ଆଜିଠାରୁ ୩ ରୁ ୪ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ରାତ୍ରି ତାପମାତ୍ରା ଏବଂ ସ୍ୱାଭାବିକ ହେବ ଶୀତ। ଆଜି ସକାଳ ୫.୩୦ ସମୟରେ ଅବପାତ ଦୂର୍ବଳ ହୋଇ ଏକ ସଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ବଙ୍ଗଳାଦେଶ ଉପକୂଳରେ ଏହା କେନ୍ଦ୍ରୀଭୂତ ଥିବା ବେଳେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହେବ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0