ନଭେମ୍ବର ୨୯ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। କୋଭିଡ ମହାମାରୀ ଦୃଷ୍ଟିରୁ ଗତବର୍ଷ ସଂସଦର ଶୀତ ଅଧିବେଶନ ବସି ନଥିଲା। ଯାହାକୁ ନେଇ ଜାତୀୟ ରାଜନୀତି ବେଶ ସରଗରମ ହୋଇଥିଲା। ସେହି ସମୟରେ କୃଷି ଆନ୍ଦୋଳନ ଜୋର ଧରିଥିବାରୁ ଚାଷୀଙ୍କ ଭୟରେ ଶୀତ ଅଧିବେଶନ ବାତିଲ କରାଯାଇଥିବା ବୁଦ୍ଧିଜୀବୀମାନେ କହିଥିଲେ | ସମ୍ପୂର୍ଣ୍ଣ କୋଭିଡ କଟକଣାରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନରେ ମୋଟି ୨୦ ଟି କାର୍ଯ୍ୟ ଦିବସ ରହିବ। ତେବେ ଡିସେମ୍ବର ୨୫ ଅର୍ଥାତ୍ ଖ୍ରୀଷ୍ଟମାନ ପୂର୍ବରୁ ଅଧିବେଶନ ସରିବ ବୋଲି ଜଣାପଡ଼ିଛି। ଅଧିବେଶନ ଆରମ୍ଭରୁ ସବୁ ସଦସ୍ୟଙ୍କ କୋଭିଡ ଟେଷ୍ଟ କରାଯିବ। ସାମାଜିକ ଦୂରତା ରକ୍ଷା କରି, ମାସ୍କ ପିନ୍ଧି ସଦସ୍ୟମାନେ ଗୃହରେ ବସିବେ। ତେବେ ଚଳିତ ଥର ଅଧିବେଶନରେ କଶ୍ମୀର ମାମଲା, ନୂଆ କୃଷି ଆଇନ ଆଦି ପ୍ରସଙ୍ଗକୁ ନେଇ ଶାସକ ବିରୋଧୀ ସାମ୍ନା ସାମ୍ନି ହେବେ। ତେବେ ଡିସେମ୍ବର ୨୫ ଅର୍ଥାତ୍ ଖ୍ରୀଷ୍ଟମାନ ପୂର୍ବରୁ ଅଧିବେଶନ ସରିବ ବୋଲି ଜଣାପଡ଼ିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0