କେନ୍ଦ୍ରାପଡା ଆଳିରେ କିଛି ଦିନ ହେବ ବୃଦ୍ଧି ପାଇଛି ଦୁର୍ବୁତ୍ତଙ୍କ ସଂଖ୍ୟା । ରବିବାର ବିଳମ୍ବିତ ରାତିରେ ଆଳି ଥାନା ଅନ୍ତର୍ଗତ କଳସପୁର ଗ୍ରାମରେ ଥିବା ବାବା ନାଗେଶ୍ୱର ମନ୍ଦିରରୁ ଡକାୟତି ହୋଇଥିବା ଜଣା ପଡିଛି । ନାଗେଶ୍ୱର ମହାଦେବ ମନ୍ଦିର କମିଟିର ସଭାପତି ଗୋବିନ୍ଦ ମଲିକ ଆଳି ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ସକାଳ ସମୟରେ ଗ୍ରାମବାସୀ ମନ୍ଦିର ଗ୍ରିଲ ତଢା ହୋଇଥିବା ଦେଖିବାକୁ ପାଇଥିଲେ । ଖବର ପ୍ରଚାରିତ ହେବା ପରେ ଲୋକମାନେ ମନ୍ଦିର ନିକଟକୁ ଧାଇଁ ଆସିଥିଲେ । ମନ୍ଦିର ଭିତରୁ ବଡ଼ ନାଗକୁ ଆଣି ବାହାରେ ରଖିଥିବା ବେଳେ ଦୁଇଟି ନାଗକୁ ଲୁଟି ନେଇଛନ୍ତି । ସେହିପରି ଦାନ ବାକ୍ସ କୁ ମଧ୍ୟ ତାଢ଼ି ଦୁର୍ବୁତ୍ତ ମାନେ ଟଙ୍କା ଲୁଟି ନେଇଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0