spot_img

ଭିତରକନିକାରେ କୁମ୍ଭୀର ସଂଖ୍ୟା ୧୭୪୮

ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳଗୁଡିକରେ ୧୭୬୮ଟି ବଉଳା କୁମ୍ଭୀର ଥିବା ବେଳେ ଏ ବର୍ଷ ଏହି ସଂଖ୍ୟା ୧୭୮୪କୁ ବୃଦ୍ଧିପାଇଛି । ଏ ବର୍ଷ ଭିତରକନିକାରେ କନିକା ରେଂଜର ପଟ୍ଟାପାରିଆ, ଖୋଳା ମୁହଁ, ବାଲିଯୋର, ମହିଁଷାମଡା, ଗୁପ୍ତି, ବାଉଁଶଗଡ ନଈ, ଅଙ୍ଗାରୀ କ୍ରିକ୍ ନିକଟରେ ୨୦ଫୁଟରୁ ଅଧିକ ବଉଳା କୁମ୍ଭୀରକୁ ବନବିଭାଗ ଗଣନା ଟିମ୍ ଠାବ କରିଛି। ଏହି କୁମ୍ଭୀରମାନଙ୍କର ବୟସ ୧୦୦ ରୁ ୧୨୦ ବର୍ଷ ହେବ ବୋଲି ଜଣାପଡିଛି । କୁମ୍ଭୀର ଗଣନା ସମୟରେ ଭିତରକନିକା ନଦୀନାଳରେ ଧଳା କୁମ୍ଭୀର ଦେଖିବାକୁ ମିଳିଥିଲା । ଗୋପାଳଜିଉପାଟଣା, କାଳିଭଂଜଡିଆ, ଶାଗୁଣାଚର ଓ ଭିତରକନିକା ନଦୀରେ ବଡ଼ ଧଳା କୁମ୍ଭୀର ସହିତ ଶାବକଙ୍କୁ ଦେଖିବାକୁ ମିଳିଥିଲା । ପ୍ରାକୃତିକ ପରିବେଶରେ ଏତେ ସଂଖ୍ୟକ ଧଳା କୁମ୍ଭୀର ସବୁଠୁ ଅଧିକ ବୋଲି କୁହାଯାଉଛି । କୁମ୍ଭୀର ଗଣନା ୬ ତାରିଖରୁ ୧୦ ତାରିଖ ଯାଏ ୫ ଦିନ ଧରି କରାଯାଇଥିଲା। ବରିଷ୍ଠ ଜୀବ ବିଜ୍ଞାନୀ, ଗବେଷକ, କୁମ୍ଭୀର ବିଶାରଦ ଡ.ସୁଧାକର କରଙ୍କ ନେତୃତ୍ୱରେ ୨୨ଟି ଟିମ୍ କୁମ୍ଭୀର ଗଣନା କରିଥିଲେ ।  ଗଣନା ସମୟରେ ୨ ଫୁଟ୍‌ରୁ କମ ଲମ୍ବର ୫୬୪ଟି କୁମ୍ଭୀର ଶାବକ, ୩୭୮ଟି ବର୍ଷିକିଆ ଛୁଆ ଅର୍ଥାତ୍ ୨ରୁ ୩ ଫୁଟିଆ, ୩୩୮ଟି ଦୁଇ ବର୍ଷିଆ ଛୁଆ ଅର୍ଥାତ୍ ୩ରୁ ୬ ଫୁଟିଆ, ୧୫୮ଟି ୪ରୁ ୫ ବର୍ଷର ଅର୍ଥାତ୍ ୬ରୁ ୮ ଫୁଟ ଲମ୍ବର କୁମ୍ଭୀର ଦେଖିବାକୁ ମିଳିଥିଲା । ଭିତରକନିକା ବାହାରେ ଥିବା ନଦୀ, ନାଳଗୁଡିକରେ ଏ ବର୍ଷ ପ୍ରାୟ ୧୨୦ଟି କୁମ୍ଭୀର ଥିବା ଜଣାପଡିଛି ।  ୧୯୭୬ ମସିହାଠାରୁ ଭିତରକନିକାରେ କୁମ୍ଭୀର ଗଣନା କରାଯାଉଛି।  ଏ ବର୍ଷ ପ୍ରଥମଥର ପାଇଁ ପାରମ୍ପରିକ ପଦ୍ଧତି ସହିତ ‘ପଲିଗନ୍‌ ସର୍ଚ୍ଚ ଆପ୍’ ମାଧ୍ୟମରେ କୁମ୍ଭୀର ଗଣନା କରାଯାଇଥିଲା। ୧୯୭୫ ମସିହାରେ ୧୧୫ ବର୍ଗ କିଲୋମିଟର ଅଂଚଳରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢି ଉଠିଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular