ବାଲେଶ୍ବର: ବାଲେଶ୍ବର ଉପ-ନିର୍ବାଚନ ମୈଦାନରେ ଟାଣୁଆ ପ୍ରାର୍ଥୀମାନଙ୍କୁ ଟକ୍କର ଦେଉଛନ୍ତି ୯୦ ବର୍ଷ ବୟସ୍କ ବେଣୁଧର ବାରିକ। ଆଜି ଯାଜପୁର କିନ୍ନର ସଂଘ ବେଣୁଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ଅଭିଜିତ ମଜୁଦାରଙ୍କ ଗୀତର ତାଳେ ତାଳେ ବେଣୁଙ୍କ ସମର୍ଥକ ଝୁମିଥିଲେ। ବେଣୁ କହିଛନ୍ତି ଯେ, ନାହିଁ ବାହୁବଳ, ନାହିଁ ଅର୍ଥ ବଳ, ମୋ ସାଙ୍ଗରେ ଅଛି ଜନତାଙ୍କ ବଳ।
କେବେ କିନ୍ନର ସଂଘ ନୁହେଁ, ତାଙ୍କ ଅଭିନେତ୍ରୀ, ଅଭିନେତା ଏବଂ ସମାଜସେବୀ ଆଗକୁ ଆସିଛନ୍ତି। ତାଙ୍କ ପ୍ରଚାର କରୁଛନ୍ତି। ଟଙ୍କା ନାହିଁ କି ବାହୁବଳ ନାହିଁ, ତଥାପି ନିର୍ବାଚନ ମୈଦାନରେ ସେ ନିଜର ପ୍ରଚାର ଜାରି ରଖିଛନ୍ତି।
ଅଭିନେତ୍ରୀ ରାଣୀ ପଣ୍ଡା,ଯାତ୍ରା କଳାକାର ଧାମ ପଣ୍ଡା ଏମିତି ଅନେକ ଲୋକ ବେଣୁଙ୍କ ପାଇଁ ପ୍ରଚାର କରୁଛନ୍ତି। ଏପରି କି ସ୍ଥାନୀୟ ବସ୍ତି ବାସିନ୍ଦାମାନେ ବେଣୁଙ୍କ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ଯାଜପୁର କିନ୍ନର ସଂଘର ଲଭଲି ଏବଂ କାଜଲଙ୍କ ନେତୃତ୍ବରେ ବହୁ କିନ୍ନର ତାଙ୍କ ପାଇଁ ପ୍ରଚାର କରିଛନ୍ତି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0