spot_img

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ସାମିଲ ହେଲେ ଏହି ଦୁଇ ଖେଳାଳି

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ନୂତନ ଦ୍ରୁତ ବୋଲର ଥଙ୍ଗାରାସୁ ନଟରାଜନ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ଭାରତୀୟ ଦଳର ଦ୍ରୁତ ବୋଲର ଉମେଶ ଯାଦବ ଓ ମହମ୍ମଦ ଶାମୀଙ୍କ ସ୍ଥାନରେ ଏହି ଦୁଇ ବୋଲରଙ୍କୁ ସ୍ଥାନ ମିଳିଛି । ତେବେ ମେଲବୋର୍ଣ୍ଣରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଉମେଶଙ୍କ ଗୋଡ ପୁଟିଆ ମାଂସପେଶୀ ଟାଣି ଧରିଥିଲା । ତେଣୁ ଆସନ୍ତା ମ୍ୟାଚରୁ ସେ ବାଦ ପଡିବେ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ସେହିପରି ଡାହାଣ ହାତ ଭାଙ୍ଗିଥିବାରୁ ଶାମିଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ନିଆ ଯାଇଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଆହତ ସମସ୍ୟାରୁ ମୁକୁଳିବା ପାଇଁ ଉଭୟ ଉମେଶ ଓ ଶାମିଙ୍କୁ ବାଙ୍ଗାଲୋରସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଚିକିତ୍ସିତ ହେବାର ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular