ନୂଆଦିଲ୍ଲୀ ୧୭/୦୯ : ଲୋକସଭା ନିର୍ବାଚନ ୨୦୨୪ ରେ ଭାରତୀୟ ଜନତା ପାର୍ଟି ବିରୋଧରେ ବିରୋଧୀ ଦଳ ଏକଜୁଟ ହୋଇଥିବା ଖବର ଆସୁଛି। ଏପଟେ ତୃଣମୂଳ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଚେହେରା ନୁହେଁ ବୋଲି କୁହାଯାଉଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିରୋଧୀ ଚେହେରା ବୋଲି କହିଛନ୍ତି। ଗୁରୁବାର ଦିନ କୋଲକାତାରେ ବସିଥିବା ଟିଏମସିର ଆନ୍ତରିକ ବୈଠକରେ ଏ କଥା ସାମ୍ନାକୁ ଆସିଛି। ବିରୋଧୀ ଦଳ ଏକଜୁଟ ହେବା ଆକଳନ ହେଉଥିବା ବେଳେ ଟିଏମସି ନେତାଙ୍କ ତରଫରୁ ଆସିଥିବା ଏହି ବୟାନକୁ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ କୁହାଯାଉଛି।
ଟିଏମସିର ବରିଷ୍ଠ ସାଂସଦ ସୂଦୀପ ବନ୍ଦୋପାଧ୍ୟାୟ କହିଛନ୍ତି ଯେ, ‘ଆମେ କଂଗ୍ରେସ ବିନା ମେଣ୍ଟ ଗଢିବା କଥା କହୁନାହୁଁ। ମୁଁ ବହୁ ଦିନରୁ ରାହୁଲ ଗାନ୍ଧୀଙ୍କୁ ଦେଖିଆସୁଛି। ସେ ନିଜକୁ ମୋଦିଙ୍କ ବିକଳ୍ପ ଭାବେ ବିକଶିତ କରିନାହାନ୍ତି। ସାରା ଦେଶ ମମତାଙ୍କୁ ଭଲପାଏ। ସେଥିପାଇଁ ଆମେ ମମତାଙ୍କୁ ରଖିବୁ ପ୍ରଚାର ଅଭିଯାନ କରିବୁ।’ ନିକଟରେ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ଏକ ବୟାନ ଜରିଆରେ କଂଗ୍ରେସକୁ ଦୁର୍ବଳ ବୋଲି କହିଥିଲେ।
ଟିଏମସି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସବୁବେଳେ ସମ୍ମାନ କରିଛି। କିନ୍ତୁ ଯେତେବେଳେ ରାହୁଲ ଗାନ୍ଧୀଙ୍କ କଥା ପଡେ ଦଳ ନେତା ଆପତ୍ତି ଜାହିର କରିଛନ୍ତି। ଦଳ ଚାହୁଁଛି ଯେ ମମତା ବିରୋଧୀ ଚେହେରା ହୁଅନ୍ତୁ ଏବଂ ଦଳର ନେତା ବାରମ୍ବାର ଏହା ଦାବି କରିଛନ୍ତି। ତେବେ ମମତା ଏବେ ବି କହୁଛନ୍ତି ଯେ ତାଙ୍କ ପାଇଁ ପଦରୁ ଅଧିକ ବିରୋଧୀଙ୍କ ଏକତା ମହତ୍ତ୍ୱ ରଖେ।
ବଙ୍ଗଳା ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ପରେ ୨୦୨୪ ନିର୍ବାଚନରେ କଂଗ୍ରେସ ନେତୃତ୍ୱ ନୁହେଁ, ମେଣ୍ଟରେ ଲଢ଼ିବା ଭଳି ଯୋଦ୍ଧା ବୋଲି କହିଛି ଟିଏମସି। କଂଗ୍ରେସ ସାଂସଦ ପ୍ରଦୀପ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ୨୦୨୪ ରେ କଣ ହେବ ଏବେଠାରୁ ଅନୁମାନ କରିବା ଠିକ ହବନାହିଁ।’ ଏବେ ସୁଦ୍ଧା କଂଗ୍ରେସ ଓ ଟିଏମସି ମଧ୍ୟରେ ଭଲ ସମ୍ପର୍କ ଅଛି।



Visitors Today : 4
Total Visitors : 130782
Total Views : 9900019
Visitors Online Now : 0