ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ପ୍ରତିଦିନ ନୂଆ ସଂକ୍ରମଣ କମୁଛି । ତେବେ ଆଜି ରାଜ୍ୟରେ ୧୦୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୫୮୫ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୪୩୩ ଜଣ ସ୍ଥାନୀୟ ବାସିନ୍ଦା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୭ହଜାର ୪ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ୬୫ଜଣ, ବାଲେଶ୍ୱରରୁ ୨୪ଜଣ,ବରଗଡ଼ରୁ ୨୭, ଭଦ୍ରକ ଜିଲ୍ଲାରୁ ୯,ବଲାଙ୍ଗୀର ୬୭, ବୌଦ୍ଧ ୨, କଟକ ଜିଲ୍ଲାରୁ ୭୩ଜଣ, ଦେଓଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୨୦ଜଣ,ଗଜପତିରୁ ୭, ଗଞ୍ଜାମରୁ ୧୩ଜଣ, ଜଗତସିଂହପୁରରୁ ୫୧ଜଣ, ଯାଜପୁରରୁ ୩୯ଜଣ, ଝାରସୁଗୁଡ଼ାରୁ ୨୭ଜଣ, କଳାହାଣ୍ଡିରୁ ୪୩ଜଣ, କନ୍ଧମାଳରୁ ୧୯ଜଣ, କେନ୍ଦ୍ରାପଡ଼ାରୁ ୩୮ଜଣ, କେନ୍ଦୁଝରରୁ ୩୫ଜଣ, ଖୋର୍ଦ୍ଧାରୁ ୮୩ଜଣ, କୋରାପୁଟରୁ ୧୨ଜଣ, ମାଲକାନଗିରିରୁ ୩ଜଣ, ମୟୁରଭଞ୍ଜରୁ ୮୬ଜଣ, ନବରଙ୍ଗପୁରରୁ ୧୭ଜଣ, ନୟାଗଡ଼ରୁ ୧୦ଜଣ, ନୂଆପଡ଼ାରୁ ୪୧ଜଣ, ପୁରୀରୁ ୩୮ଜଣ, ସମ୍ବଲପୁରରୁ ୪୬ଜଣ, ସୋନପୁରରୁ ୮ଜଣ, ସୁନ୍ଦରଗଡ଼ରୁ ୯୪ଜଣ ରହିଛନ୍ତି ।
ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧ ହଜାର ୭୧୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨ ଲକ୍ଷ ୯୩ହଜାର ୭୪୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୫୧ ଲକ୍ଷ ୭୧୧ହଜାର ୮୪ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0