ଭୁବନେଶ୍ୱର : ଯୁକ୍ତ୨ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ଆଜି ଠାରୁ ଦୂରଦର୍ଶନ ଚ୍ୟାନେଲ୍ ରେ ଶିକ୍ଷା ଦିଆଯିବ। ପ୍ରଥମ ପର୍ୟ୍ୟାୟରେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ଲାଗି ବ୍ୟବସ୍ଥା ହୋଇଥିବା ବେଳେ ପର୍ୟ୍ୟାୟକ୍ରମେ ବାଣିଜ୍ୟ ଓ କଳା ବିଭାଗ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ। ସୋମବାରରୁ ଶୁକ୍ରବାର ପର୍ୟ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ୟ୍ୟନ୍ତ ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକା ପଢ଼ାଇବେ। କେଉଁ ଦିନ କେଉଁ ବିଷୟ ଶିକ୍ଷା ଦିଆଯିବ ସେନେଇ ଯୋଜନା ପ୍ରସ୍ତୁତ ହୋଇଛି। କ୍ଲାସରେ ପାଠପଢ଼ା ବନ୍ଦ ରହିଥିବାରୁ ଟିଭି ମାଧ୍ୟମରେ ପିଲାଙ୍କ ନିକଟରେ ପହଞ୍ଚିବାକୁ ଏଭଳି ଯୋଜନା ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କୁ ଯେଉଁଭଳି ଶିକ୍ଷା ଦିଆଯାଉଛି ଦ୍ବାଦଶ ଶ୍ରେଣୀ ପିଲାଙ୍କୁ ସେମିତି ପଢ଼ାଯିବ। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଅନେକ ବିଷୟ ରହୁଥିବାରୁ ସବୁ ଛାତ୍ରଛାତ୍ରୀଙ୍କ ନିକଟରେ ଏକାଥରେ ପହଞ୍ଚି ହେବ ନାହିଁ। ତେଣୁ ପର୍ୟ୍ୟାୟକ୍ରମେ ପଢ଼ାଇବାକୁ ବ୍ୟବସ୍ଥା କରାଯାଇଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0