ମୁମ୍ବାଇ: ବଲିଉଡ଼ ବାଦଶାହା ଅମିତାଭ ବଚ୍ଚନଙ୍କୁ ଆଜି ୭୭ ପୂରି ୭୮ ବର୍ଷ ବୟସରେ ଆଜି ପାଦ ରଖିଲେ । ବିଗ୍ ବିଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କ ପ୍ରଶଂସକ ମାନେ । ୧୯୪୨ମସିହା ଆଜର ଦିନରେ ପ୍ରୟୋଗରାଜରେ ଜନ୍ମ ହୋଇଥିଲେ ଅମିତାଭ । ଚର୍ଚ୍ଚିତ କବି ହରୀବଂଶ ରାୟ ବଚ୍ଚନଙ୍କ ସୁପୁତ୍ର ଅମିତାଭ । ପାଠପଢ଼ାରେ ରୁଚି ରଖୁଥିବା ଅମିତାଭ ଛୋଟବେଳୁ ଜଣେ ଇଂଞ୍ଜିନିୟର ହେବାର ସ୍ୱପ୍ନ ଦେଖୁଥିଲେ । ପାଠପଡ଼ା ସହ ଅଭିନୟ କରିବା ମଧ୍ୟ ତାଙ୍କର ନିଶା ଥିଲା । ୧୯୬୯ ମସିହା ଫିଲ୍ମ ସାତ ହିନ୍ଧୁସ୍ତାନୀଥିଲା ତାଙ୍କର ପ୍ରଥମ ଡ଼େବୁ୍ୟ ଫିଲ୍ମ । ୨୦୦ରୁ ଅଧିକ ଚଳଚିତ୍ରରେ ଅଭିନୟ କରି ବଲିଓଡ଼ରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0