ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ ସିବିଆଇ ବି ଆକ୍ସନ ମୋଡକୁ ଆସିଛି । କୋଇଲା ଚୋରା ଚାଲାଣ ମାମଲାର ତଦନ୍ତକୁ ଆଗକୁ ନେବାକୁ ଯାଇ ସିବିଆଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରିବାର ପାଖରେ ପହଂଚି ଯାଇଛି । ଆଜି ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରାଙ୍କୁ ସିବିଆଇ ଜେରା କରିବ ବୋଲି ଜଣାପଡିଛି । ଏହି ମାମଲାରେ ତାଙ୍କୁ ସାକ୍ଷୀ ଭାବେ ସିବିଆଇ ଜେରା କରିବ । ଏନେଇ ରବିବାର ଦିନ ସିବିଆଇର ଏକ ଟିମ୍ ଅଭିଷେକଙ୍କ ଘରେ ନୋଟିସ ପହଂଚାଇଥିଲା । ଏହି ନୋଟିସରେ ୨୩ ଫେବୃଆରୀ ଦିନ ସିବିଆଇ ନିକଟରେ ହାଜର ହେବାକୁ ରୁଜିରାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସହ ଏହି ମାମଲାରେ ସବିଆଇ ଅଭିଷେକଙ୍କ ଶାଳୀ ମେନକା ଗମ୍ଭୀରଙ୍କୁ ବି ପଚରା ଉଚରା କରିଛି । ୨୦୨୦ ନଭେମ୍ବର ୨୭ ତାରିଖରେ ଇର୍ଷ୍ଟନ କୋଲଫିଲ୍ଡ ଲିମିଟେଡର କିଛି ଅଧିକାରୀ, କର୍ମଚାରୀ ଓ ଅନୁପ ସିଂ ଓରଫ ଲାଲାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0