spot_img

ଆଜି ସିଭିଲ୍ ସର୍ଭିସ୍(ପ୍ରିଲିମ୍) ପରୀକ୍ଷା

ଭୁବନେଶ୍ୱର : ଅକ୍ଟୋବର ୪ ତଥା ଆଜି ସିଭିଲ୍ ସର୍ଭିସ(ପ୍ରିଲିମ) ପରୀକ୍ଷା ଅନୁଷ୍ଠିତ ହେବ। ଚଳିତବର୍ଷ ୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ପୂର୍ବାହ୍ନ ୯ଟା ୩୦ରେ ପ୍ରଥମ ସିଟିଂ ପରୀକ୍ଷା ହେବାକୁ ଥିବା ବେଳେ ଅପରାହ୍ନ ସାଢ଼େ ୨ଟାରେ ଦ୍ବିତୀୟ ସିଟିଂ ପରୀକ୍ଷା କରାଯିବ। ପରୀକ୍ଷାର ୧୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରବେଶ ଲାଗି ଅନୁମତି ମିଳିବ ନାହିଁ। ପରୀକ୍ଷାର୍ଥୀଙ୍କୁ ଇ-ଆଡମିଟ୍ କାର୍ଡ ପ୍ରଦାନ କରାଯାଇଛି। ସେମାନେ ତାହାର ପ୍ରିଣ୍ଟକୁ ସାଙ୍ଗରେ ନେଇ ପରୀକ୍ଷା କେନ୍ଦ୍ରକୁ ଯିବେ। ମାସ୍କ/ଫେସ୍ କଭର୍ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ପରୀକ୍ଷା ସମୟରେ ସାମାଜିକ ଦୂରତା ରଖିବେ। ପରୀକ୍ଷା କେନ୍ଦ୍ର ହୋଇଥିବା ସହରଗୁଡ଼ିକୁ ପୂର୍ବତଟ ରେଳପଥ ପକ୍ଷରୁ ୯ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିଛି। ବ୍ରହ୍ମପୁର, କେନ୍ଦୁଝରଗଡ଼, ଖରିଆର ରୋଡ୍, ଇଚ୍ଛାପୁରମ୍, କୋରାପୁଟ, ରାଉରକେଲା, ବାରିପଦା ଓ ବିଜୟୱାଡାରୁ ଛାଡ଼ିଥିବା ଟ୍ରେନ୍ଗୁଡ଼ିକ ସନ୍ଧ୍ୟା ସୁଦ୍ଧା ପରୀକ୍ଷା କେନ୍ଦ୍ର ହୋଇଥିବା ସହରରେ ପହଞ୍ଚି ଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା ସରିବା ପରେ ଏହି ଟ୍ରେନ୍ଗୁଡ଼ିକ ରବିବାର ପ୍ରତ୍ୟାବର୍ତନ କରିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular