ଆଜି ବଲିଉଡ଼ର ଫେମସ ଗାୟିକା ଶ୍ରେୟା ଘୋଷଲଙ୍କ ଜନ୍ମଦିନ। ଶ୍ରେୟା ଆଜି ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୪ ମସିହା ଆଜିର ଦିନରେ ୱେଷ୍ଟବେଙ୍ଗଲଠାରେ ଜନ୍ମ ହୋଇଥିଲେ ଶ୍ରେୟା। ସେ ଖୁବ କମ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ଅନେକ ଲୋକପ୍ରିୟତା ମଧ୍ୟ ହସଲ କରିପାରିଛନ୍ତି। ପାଖାପାଖି ୨୦୦ରୁ ଅଧିକ ଫିଲ୍ମରେ ନିଜର କଣ୍ଠଦାନ କରିଛନ୍ତି ଏହି ଗାଇକା ଜଣଙ୍କ। ଶ୍ରେୟା ଚାରି ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ। ଟିଭି ଶୋ ‘ସାରେଗାମାପା’ରୁ ଶ୍ରେୟାଙ୍କୁ ଏକ ବଡ଼ ସୁଯୋଗ ମିଳିଥିଲା। ରିଆଲିଟି ଶୋ’ରେ ତାଙ୍କର ପ୍ରଦର୍ଶନ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ୨୦୦୦ରେ ଭନସାଲୀ ତାଙ୍କ ଫିଲ୍ମ ‘ଦେବଦାସ’ରେ ଗୀତ ଗାଇବାକୁ ପ୍ରସ୍ତାବ ଦେଇଥିଲେ। ପରେ ଶ୍ରେୟା ଦେବଦାସ ଫିଲ୍ମର ଗୀତ ‘ବୈରୀ ପିୟା’ ଗାଇଥିଲେ। ଏହି ଗୀତ ସୁପରହିଟ୍ ହୋଇଥିଲା। ତେବେ ଶ୍ରେୟାଙ୍କ ଜନ୍ମଦିନ ଅବସରରେ ତାଙ୍କ ଫ୍ୟାନମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0