spot_img

ନିର୍ବାଚନୀ ପ୍ରଚାରର ଆଜି ଅନ୍ତିମ ଦିନ

ପାଞ୍ଚ ରାଜ୍ୟରେ ନିର୍ବାଚନୀ ପ୍ରଚାରର ଆଜି ଅନ୍ତିମ ଦିନ । ପଶ୍ଚିମବଙ୍ଗ ଓ ଆସାମରେ ଆସନ୍ତା ୨୭ ତାରିଖରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ସେପଟେ ଶେଷ ଦିନରେ ମଧ୍ୟ ମୈଦାନ ମୁହାଁ ସମସ୍ତ ଦଳର ନେତା । ବିଜେପି ପକ୍ଷରୁ ଅନ୍ତିମ ଦିନରେ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିଭଳି ବିଜେପି ପକ୍ଷରୁ ମଧ୍ୟ ରୋଡ ଶୋ ଏବଂ ପ୍ରଚାର କରିବେ ବଲିଉଡ ତାରକା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ । ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରଛନ୍ତିି । ସେହିଭଳି ଆସାମ ଏବଂ ଅନ୍ୟ ତିନି ରାଜ୍ୟ ପାଇଁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ସମେତ ଅନେକ ବରିଷ୍ଠ ନେତା ପ୍ରଚାର କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular