spot_img

ଧରାବତରଣ କଲେ ମା’ଗଜଲକ୍ଷ୍ମୀ, ପୂଜା ପାଇଁ ଏସଓପି ଜାରି

ଢେଙ୍କାନାଳ: କରୋନା କଟକଣା ଭିତରେ ଧରାବତରଣ କଲେ ଧନଧାନ୍ୟର ଦେବୀ । ଚଳିତବର୍ଷ ଢେଙ୍କାନାଳର ୩୮ ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି । ଗତକାଲି ଘଟପୂଜା ପରେ ମଧ୍ୟରାତ୍ରୀରେ କରାଯାଇଛି ଚକ୍ଷୁଦାନ । ଆଜି ସକାଳୁ ସୂର୍ୟ୍ୟ ପୂଜା ଓ ପରେ ମାଆଙ୍କର ସ୍ୱତନ୍ତ୍ର ହୋମ ପୂଜା ଆରମ୍ଭ ହେଉଛି । କରୋନା କଟକଣା ପାଇଁ ସ୍ବତନ୍ତ୍ର ଏସଓପି ଜାରି କରାଯାଇଛି ।ପୂଜାରେ କେବଳ ୭ ଜଣ ଉପସ୍ଥିତ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପୂଜାରେ ଭକ୍ତଙ୍କୁ ବାରଣ ଥିବାବେଳେ ପରଦା ପଛରେ ଚାଲିବ ମାଆଙ୍କ ପୂଜା । ସେପଟେ କେନ୍ଦ୍ରାପଡାରେ ୭୦ରୁ ଅଧିକ ମଣ୍ଡପରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା । ଡେରାବିଶ, ମାର୍ଶାଘାଇ, ମହାକାଳପଡ଼ା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, ଗରଦପୁରରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular