ଦୁବାଇ: ଆବୁଧାବିରେ ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ଏକାଦଶ ଦିନ । ଆଜି ମୁହାଁ ମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିବା ଲକ୍ଷରେ ପଡ଼ିଆକୁ ଓହ୍ଲାଇବ ଆଜି ଦିଲ୍ଲୀ କ୍ୟାପିଟାଲ୍ସ । ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ଦଳ ଚମକ୍ରାର ପ୍ରଦର୍ଶନ କରିଆସୁଛି । ତେବେ ଆଜିର ମ୍ୟାଚରେ ଉଭୟ ଦଳଙ୍କ ମଧ୍ୟରେ କଡ଼ା ଟକ୍କର ହେବ । ଶ୍ରେୟସ ଆୟାରଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ମ୍ୟାଚରୁ ହିଁ ତା’ର ବିଜୟ ଅଭିଯାନ ବଜାୟ ରଖିଛି । ତେଣୁ ପଏଣ୍ଟ ଟେବୁଲରେ ଟପ ୫ଦଳଙ୍କ ମଧ୍ୟରୁ ଦିଲ୍ଲୀ ଶୀର୍ଷରେ ଅଛି । ଦିଲ୍ଲୀର ବିସ୍ଫୋରକ ଓପନିଂ ବ୍ୟାଟସମ୍ୟାନ ଭାବେ ଶିଖର ଧାୱନ ଓ ପୃଥ୍ୱୀ ସ’ ରହିଛନ୍ତି । ତେବେ ପୂର୍ବ ମ୍ୟାଚରେ ପୃଥ୍ୱୀ ସ’ ଦମଦାର ବ୍ୟାଟିଂ କରି ଦଳକୁ ଏକ ବିଶାଳ ସ୍କୋର କରିବାରେ ସାହାଯ୍ୟ କରିଥିଲେ । ଅନ୍ୟପଟେ ଦଳର ଦ୍ରୁତ ବୋଲର କାଗିସୋ ରାବାଡ଼ା ଓ ଆନରିଚ୍ ନର୍ଟଜେ ଚମକ୍ରାର ଫର୍ମରେ ଅଛନ୍ତି । ସେହିପରି ଦଳର ସ୍ପିନର ଭାବେ ଅମିତ ମିଶ୍ରା ଓ ଅକ୍ଷର ପଟେଲ ମଧ୍ୟ ପୂର୍ବ ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରିଥିଲେ । ଯାହାକି ବିପକ୍ଷ ହାଇଦ୍ରାବାଦ ଦଳକୁ ସୀମିତ ରନ କରିବାରେ ସହାୟକ ହେବ । ସେହିପରି ଡ଼େଭିଡ଼ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ଚଳିତ ବର୍ଷ ଆଇପିଏଲରେ ୨ଟି ମ୍ୟାଚ ଖେଳି ଗୋଟିଏରେ ବି ଜିତିନି । ଯେଉଁଥିପାଇଁ ହାଇଦ୍ରାବାଦ ପଏଣ୍ଟ ଟେବୁଲରେ ନିମ୍ନରେ ଅଛି । ହାଇଦ୍ରାବାଦ ଦଳରେ କ୍ୟାପଟେନ ଓା୍ୱର୍ଣ୍ଣର ଓ ବେୟାରଷ୍ଟୋଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଅଛନ୍ତି । ତେବେ ଚଳିତ ବର୍ଷ ଆଇପିଏଲରେ ୱାର୍ଣ୍ଣର ଭଲ ପ୍ରଦର୍ଶନ କରିନାହାଁନ୍ତି । ତେଣୁ ଆଜିର ମ୍ୟାଚରେ ସେ ତାଙ୍କ ପୁରୁଣା ଫର୍ମକୁ ଫେରିବେ ବୋଲି ଖେଳ ବିଶେଷଜ୍ଞ ଅନୁମାନ କରୁଛନ୍ତି । ଅନ୍ୟପଟେ ଦ୍ରୁତ ବୋଲର ଭାବେ ଭୁବନେଶ୍ୱର କୁମାର ଓ ସ୍ପିନର ଭାବେ ରସିଦ ଖାନ ଅଛନ୍ତି । ତେବେ ରସିଦ ପୂର୍ବ ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରିଥିଲେ । ଯାହାକି ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ବଡ଼ ସ୍କୋର କରିବାକୁ ରକିବାରେ ସମର୍ଥ ହେବ । ତେବେ ଯୁବ ଅଧିନାୟକ ଶ୍ରେୟସ ଆୟାର ଓ ଡ଼େଭିଡ଼ ୱାର୍ଣ୍ଣରଙ୍କ ଭିତରେ ଆଜିର ଆଇପିଏଲ ଲଢେଇ ଅନ୍ୟତମ ଆକର୍ଷଣ ହେବ ବୋଲି ଖେଳ ବିଶେଷଜ୍ଞ ସୂଚନା ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0