ଯୁକ୍ତ୨ କଲେଜରେ ଖାଲି ଥିବା ସିଟ ଲାଗି ଆଜି ସ୍ପଟ ନାମଲେଖା ଅନୁଷ୍ଠିତ ହୋଇଛି। ପ୍ରଥମ ଓ ଦ୍ବିତୀୟ ପର୍ୟ୍ୟାୟ ନାମଲେଖା ପରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ବଳକା ଥିବା ସିଟ ପାଇଁ ଏହି ନାମଲେଖା ଆରମ୍ଭ କରାଯାଇଛି। ତାଲିକାରେ ଯୋଗ୍ୟ ଛାତ୍ରଛାତ୍ରୀ ଆଜି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନାମଲେଖାଇ ପାରିବେ। ଅକ୍ଟୋବର ୧୭ ସନ୍ଧ୍ୟା ୬ଟା ସୁଦ୍ଧା ଯୁକ୍ତ୨ କଲେଜ କର୍ତ୍ତୃପକ୍ଷ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଦାଖଲ କରିବେ।



Visitors Today : 2
Total Visitors : 130425
Total Views : 9891956
Visitors Online Now : 0