ପ୍ରତି ବର୍ଷ ଜାନୁଆରି ୯ ତାରିଖରେ ସରକାରୀ ଭାବେ ପାଳନ କରାଯାଉଛି ‘ପ୍ରବାସୀ ଭାରତୀୟ ଦିବସ’। ଯେକୌଣସି ଦେଶର ବିକାଶ ଓ ଅର୍ଥନୀତିକୁ ପ୍ରବାସୀଙ୍କ ଅବଦାନ କିଛି କମ ନୁହେଁ। ଏହା ହିଁ ଏହି ଦିବସ ପାଳନର ମୁଖ୍ୟ ଯଥାର୍ଥତା। ୧୯୧୫ ଜାନୁଆରି ଏହି ଦିନରେ ମହାତ୍ମା ଗାନ୍ଧୀ, ଦକ୍ଷିଣ ଆଫ୍ରିକାରୁ ସ୍ବଦେଶ ବାହୁଡ଼ିଥିଲେ। ତେଣୁ, ଏହି ଦିନରେ ଏହି ଦିବସ ପାଳନ କରିବା ପାଇଁ ବାଜପେୟୀ ସରକାର ନିଷ୍ପତ୍ତି ନେଇଥିଲା। ଏହି ଉପଲକ୍ଷେ ‘ପ୍ରବାସୀ ଭାରତୀୟ ସମ୍ମାନ’ ପ୍ରଦାନ କରାଯାଏ। ଏହାକୁ ପ୍ରତି ବର୍ଷ କୌଣସି ଏକ ନିର୍ଦିଷ୍ଟ ସହରରେ ବିଶେଷ ଭାବେ ପାଳନ କରାଯାଉଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0