ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ଆଜି ଅପରାହ୍ନ ସାଢେ ୧୨ଟାରେ ପ୍ରକାଶ ପାଇବ । ଚଳିତ ବର୍ଷ ୯୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଛନ୍ତି । ପରୀକ୍ଷାର୍ଥୀ ମାନେ ଏହି www.orissaresults.nic.in କିମ୍ବା http://www.orissaresults.nic.in ୱେବ୍ ସାଇଟ୍ ମାଧ୍ୟମରେ ସେମାନଙ୍କ ରୋଜଲ୍ଟ ବିଷୟରେ ଜାଣିପାରିବେ । ଏଥିସହ ମୋବାଇଲ ନମ୍ବର ୦୬୭୪-୨୩୦୦୯୧୪/୨୩୦୦୯୦୭ ମାଧ୍ୟମରେ ବି ପରୀକ୍ଷାର୍ଥୀ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ତେବେ ସାମ୍ସର ଇସ୍ପେସ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ କଲେଜଗୁଡିକୁ ଦିଆଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0