spot_img

୫୫ ବର୍ଷରେ ପାଦ ଦେଲେ ବଲିଉଡ଼ କିଙ୍ଗଖାନ

୫୫ ବର୍ଷରେ ପାଦ ଦେଲେ ବଲିଉଡ଼ ବାଦଶାହା ଶାହାରୁଖ । ୧୯୬୫ ଆଜିର ଦିନରେ ନିଉ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ଶାହାରୁଖ । ଆଜି ସେ ନିଜ ୫୫ ତମ ଜନ୍ମ ଦିନ ପାଳନ କରୁଛନ୍ତି। ୮୦ରୁ ଅଧିକ ସିନେମାରେ କାମ କରିଛନ୍ତି କିଙ୍ଗ ଖାନ ।
ଶାହାରୁଖ ଖାନ୍ କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି।

ତାଙ୍କ ଫ୍ୟାନ୍ ଫଲୋୟର୍ସ କେବଳ ଭାରତରେ ନୁହେଁ, ଦୁନିଆର ପ୍ରତିଟି କୋଣରେ ମଧ୍ୟ ରହିଛନ୍ତି। ଆଜି ଶାହାରୁଖଙ୍କ ଜନ୍ମ ଦିନରେ ଚାରିଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଫିଲ୍ମ ‘ଦିୱାନ’ ଥିଲା ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ । ୨୦୦୫ରେ ଭାରତର ଶ୍ରେଷ୍ଠ ସମ୍ମାନ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

ତାଙ୍କ ସୁପରହିଟ୍ ଫିଲ୍ମ ମଧ୍ୟରେ କୁଛ କୁଛ ହୋତା ହେ, ଦିଲଓ୍ଵାଲେ ଦୁଲହନିଆଁ ଲେ ଯାଏଗେଁ, କଲ ହୋ ନା ହୋ, ମୋହାବତେଁ, ସ୍ୱଦେଶ, ଓମ୍ ଶାନ୍ତି ଓମ୍, ଚକ୍ଦେ ଇଣ୍ଡିଆ ଆଦି ପ୍ରମୁଖ। ଶାହାରୁଖଙ୍କ ଜନ୍ମଦିନ ପାଇଁ ରାତି ୧୨ଟା ବେଳଠୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଫ୍ୟାନ୍। ଏବେ ଟ୍ଵିଟରରେ #HappyBirthdaySRK ଟ୍ରେଣ୍ଡିଂରେ ରହିଛି। ନିଜର ଚତ୍ମକାର ଅଭିନୟ ପାଇଁ ଦର୍ଶକ ତାଙ୍କୁ ବାଦଶହା,କିଙ୍ଗଖାନ, ଭଳି ଅନେକ ନାରେ ସମ୍ବଦ୍ଧନ କରନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular