ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧି ପ୍ରସ୍ତୁତ ଥିଲା ବେଳେ ମୁକାବିଲା କରିବାକୁ ସରକାର ବି ରଣକୌଶଳ ପ୍ରସ୍ତୁତ କର ସାରିଛନ୍ତି । ମୌସୁମୀ ଅଧିବେଶନରେ ରାଜ୍ୟ ସରକାର ୯ଟି ଅଧ୍ୟାଦେଶ ସମେତ ମୋଟ ୧୬ଟି ବିଲ ଆଗତ କରିବେ ବୋଲି ଜଣାପଡ଼ିଛି । କୋଭିଡ଼ ମହାମାରୀ ସମୟରେ ଏହି ଅଧିବେଶନ ବସୁଥିବାରୁ ଗୃହରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀଙ୍କ ସମେତ କିଛି ବିଧାୟକ ଜିଲ୍ଲା ସ୍ତରରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହୋଇଛନ୍ତି। ସେହିଭଳି ସଚିବାଳୟ କନଫରେନ୍ସିଂ ହଲ୍ରୁ ମଧ୍ୟ ବିଧାୟକ ଉଷା ଦେବୀ, ବଦ୍ରି ପାତ୍ର, ସାବିତ୍ରୀ ଅଗ୍ରୱାଲ ଅଧିବେଶନରେ ଯୋଡି ହେବେ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0