spot_img

ଆଜିର ମୁଖ୍ୟ ଖବର….

( )ମାଘ ଶୁକ୍ଳ ଷଷ୍ଠୀରେ ବଡଦେଉଳରେ ଅନୁଷ୍ଠିତ ହେବ ବନକଲାଗି ନୀତି……ଗର୍ଭଗୃହରେ ଶୀ୍ରଜିଉଙ୍କ ଶୀମୁଖ ଶୃଙ୍ଗାର କରିବେ ଦତମହାପାତ୍ର ସେବାୟତ…..ଆଜି ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ହେବା ନେଇ ଶ୍ରୀମନ୍ଦିର ପକ୍ଷରୁ ସୂଚନା…..
( )ଆଜିଠୁ ସବୁ ବୈଷୟିକ ଶିକ୍ଷାନୁଷ୍ଠାନରେ କ୍ଲାସରୁମ ଶିକ୍ଷାଦାନ…..କୋଭିଡ ନିୟମ ପାଳନ କରି କ୍ଲାସ ରୁମରେ ପଢାଯାଉଛି ପାଠ…..ଭିଡ କମାଇବା ପାଇଁ ଏକାଧିକ ବ୍ୟାଚ କରି ଅଧିକ ସମୟ ପାଢ ପଢାଇବାକୁ ବୈଷୟିକ ଶିକ୍ଷା ବିଭାଗର ନିଦେ୍ର୍ଦଶ…..ଜାନୁଆରୀ ୧୧ ତାରିଖରୁ ଖୋଲିଛି ଶିକ୍ଷାନୁଷ୍ଠାନ…..
( )ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ…..ଉପସ୍ଥିତ ରହିବେ ସବୁ ଦଳର ସଦସ୍ୟ…..କୋଭିଡ କଟକଣା ଭିିତିରେ ଗୃହକାର୍ଯ୍ୟ ନେଇ ହେବ ଆଲୋଚନା…..ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ…..
( )ସେଞ୍ଚୁରୀ ମାରିଲା ପେଟ୍ରୋଲ…. ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ୧୦୦ ଟଙ୍କାରେ ପହଞ୍ଚିଲା ପେଟ୍ରୋଲ…. ରାଜ୍ୟରେ ମଧ୍ୟ ଲଗାତାର ୯ ଦିନ ଧରି ବଢିଛି ଦର…. ମାଲକାନଗିରିରେ ସର୍ବାଧିକ…..
( )ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ…. ପୂର୍ବତନ ଆଇପିଏସଙ୍କୁ ହଟାଇବା ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ବି. ନାରାୟଣସ୍ୱାମୀ…..ସେପଟେ ତେଲେଙ୍ଗାନା ରାଜ୍ୟପାଳଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ଭାବେ ମିଳିଲା ଦାୟିତ୍ୱ….. ଏନେଇ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି…..
( )ରାଜ୍ୟରେ ବଦଳିଲା ପାଗ….. ଆଜି ଏବଂ ଆସନ୍ତା କାଲି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା…..୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି……ସତର୍କ ରହିବାକୁ ଏସଆରସିଙ୍କ ନିଦେ୍ର୍ଦଶ…… ଫସଲ ସୁରକ୍ଷିତ ରଖିବାକୁ ଲୋକଙ୍କୁ ପରାମର୍ଶ…..

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular