spot_img

ଆଜିର ମୁଖ୍ୟ ଖବର….

( )କରୋନାର ନୂଆ ଷ୍ଟ୍ରେନକୁ ଦେଖି ରାଜ୍ୟ ସରକାରଙ୍କ ନୂଆ ସତର୍କତା….ବେଳଉ ସାବଧାନତା ସହ କଟକଣା କଡାକଡି ମାନିବାକୁ ପରାମର୍ଶ….. କାଲି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କରିବେ ଆଲୋଚନା….ଦେଶରେ ୨୬ ହଜାର ଉପରକୁ ରହିଛି ଦୈନିକ ସଂକ୍ରମଣ….
( ) ଆଜିଠୁ ଜେଇଇ ମେନ ଟୁ…. ଇଞ୍ଜିନୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସିପିଟି ମାଧ୍ୟମରେ ହେଉଛି ପରୀକ୍ଷା….ଭୁବନେଶ୍ୱର ସମେତ ରାଜ୍ୟର ୧୭ଟି ସହରରେ ହଲରେ ବସିବେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ… ପ୍ରତିଦିନ ଦୁଇଟି ସିଟିଂରେ ହେବ ପରୀକ୍ଷା…..
( )ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଆଜି ସୁରକ୍ଷା ଯାଂଚ କରିବ ଏନଏସଜି….. ୬ ଜଣିଆ ଏନଏସଜି ଟିମକୁ ସହାୟତା କରିବେ କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍…..ମନ୍ଦିର ଚାରିପଟେ ଉଚ୍ଛେଦ ପରେ ହେବ ସୁରକ୍ଷା ବ୍ୟବସ୍ଥାର ଯାଂଚ….
( )ଉଡାନ ୪.୧ରେ ସାମିଲ ହେବ ଓଡିଶାର ୧୦ଟି ନୂଆ ବିମାନପଥ….ପୂର୍ବରୁ ବାତିଲ ହୋଇଥିବା ବିମାନପଥ ଏହି ପ୍ରକି୍ରୟାରେ ହେବ ସାମିଲ…..ଛୋଟ ସହରଗୁଡିକୁ ଆକାଶ ପଥରେ ଯୋଡିବାକୁ କରାଯାଇଛି ବ୍ୟବସ୍ଥା…..ଆସନ୍ତା ୬ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବା ନେଇ ସୂଚନା….
( )ବଢିବ ତାତି, ସିଝିବ ଓଡିଶା….. ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାରେ ବୃଦ୍ଧି ପାଇବ ତାପମାତ୍ରା….ଆସନ୍ତା ୨୪ ତାରିଖରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଟପିବାର ସମ୍ଭାବନା….ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ….

LEAVE A REPLY

Please enter your comment!
Please enter your name here

- Advertisment -

Most Popular