spot_img

ଆଜିର ମୁଖ୍ୟ ଖବର….

( ) ଆଜି ପବିତ୍ର ଦୋଳ ପୂର୍ଣ୍ଣିମା….. ଏ ବର୍ଷ ବି କରୋନା କଟକଣାରେ ହେବ ପାଳନ…..ମେଳନରେ ରହିବେ କମ ସଂଖ୍ୟକ ଲୋକ….ସେପଟେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ହେବ ସୁନାବେଶ….ଦୋଳ ବେଦୀରେ ଠାକୁରଙ୍କ ସମ୍ନାରେ ପାଞ୍ଜି ପଢାଯିବାର ରହିଛି ପରମ୍ପରା…..
( )ଦେଶରେ ଉପରମୁହାଁ କରୋନା ଗ୍ରାଫ୍…. ଗତ ୨୪ ଘଣ୍ଟାରେ ୬୨ ହଜାର ୭୦୦ରୁ ଅଧିକ ସଂକ୍ରମଣ….୩୧୨ ଜଣଙ୍କ ମୃତୁ୍ୟ….ଏପର୍ଯ୍ୟନ୍ତ ୬କୋଟି ୨ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଗଲାଣି ଟିକା….
( )ଶ୍ରୀମନ୍ଦିର ପଶ୍ଚିମଦ୍ୱାର ସମ୍ମୁଖ ନୃସିଂହ ମନ୍ଦିରରୁ ଖସିଲା ପଥର….ହିରଣ୍ୟକଶ୍ୟପଙ୍କ ମୃତ୍ତି ଖସିପଡିଥିବା ସୂଚନା….ପଥର ପଡିବାରୁ ଜଣେ ସେବାୟତ ଆହତ….
( )ଉତ୍ତର ପ୍ରଦେଶର କାନପୁରସ୍ଥିତ ଏଲପିଏସ ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜିରେ ଭୟଙ୍କର ଅଗ୍ନିକାଣ୍ଡ…. ରବିବାର ସକାଳୁ ହଠାତ୍ ଲାଗିଲା ନିଆଁ…. ହସ୍ପିଟାଲର ପ୍ରଥମ ମହଲାରେ ଥିବା ଏମରଜେନ୍ସୀ ୱାର୍ଡରେ ନିଆଁ ଲାଗିଥିବା ସୂଚନା…. ଝରକା ଭାଙ୍ଗି ୧୪୦ ରୋଗୀଙ୍କୁ କରାଗଲା ଉଦ୍ଧାର….
( )ଓଡିଶାକୁ କାଳବୈଶାଖୀ ବିପଦ…. ଆସନ୍ତା ଦୁଇ ଦିନ ଧରି କିଛି ସ୍ଥାନରେ ବଦଳିପାରେ ପାଗ….୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି….ସତର୍କ ରହିବାକୁ ପାଣିପାଗ କେନ୍ଦ୍ରର ପରାମର୍ଶ….

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular