ଭୁବନେଶ୍ୱର : ଆଜି ଜେଇଇ ମେନ୍ ପରୀକ୍ଷା। ଚଳିତ ବର୍ଷ ସାରା ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଜେଇଇ ମେନ୍ ପରୀକ୍ଷା ଏବର୍ଷ ଠାରୁ ୪ ଥର ହେବ । ଛାତ୍ରଛାତ୍ରୀ ଚାହିଁଲେ ୪ ଥର ପରୀକ୍ଷା ଦେଇପାରିବେ। ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ପରୀକ୍ଷା ହେବ। ବେଷ୍ଟ ରାଙ୍କ ଆଧାରରେ ନାମଲେଖା ହେବ। ତେବେ ଫେବ୍ରୁଆରୀରେ କେବଳ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।ପ୍ରଥମ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହେବ। ଦୁଇଟି ସିଫ୍ଟରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରଥମ ସିଫ୍ଟ ୯ଟାରୁ ୧୨ ଏବଂ ଦ୍ୱିତୀୟ ସିଫ୍ଟ ୩ଟାରୁ ୬ଟା ରହିଛି। ୪ଟି ସେସନ୍ ପାଇଁ ଚଳିତ ଥର ଦେଶରୁ ମୋଟ ୨୨ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।
କେବଳ ଓଡ଼ିଶାରୁ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଛନ୍ତି । ସଂପୂର୍ଣ୍ଣ ଅନଲାଇନ୍ ମୋଡ୍ରେ ପରୀକ୍ଷା ହେବ। ଏଥିପାଇଁ ରାଜ୍ୟର ୧୬ଟି ସହରରେ ପ୍ରାୟ ୮୫ଟି କେନ୍ଦ୍ର କରାଯାଇଛି।ଚଳିତବର୍ଷ ଠାରୁ ଆଞ୍ଚଳିକ ଭାଷାରେ ପରୀକ୍ଷା ହେବ। କୋଭିଡ୍ ସଂକ୍ରମଣ ପାଇଁ ୨ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ସକାଳ ୯ଟାରୁ ୧୨ଟା ପ୍ରଥମ ସିଟିଂ ଓ ଅପରାହ୍ଣ ୩ଟାରୁ ୬ଟା ଦ୍ୱିତୀୟ ସିଟିଂ ପରୀକ୍ଷା ହେବ। ପରୀକ୍ଷାର ୨ ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବେ ପରୀକ୍ଷାର୍ଥୀ। କୋଭିଡ୍ ଯୋଗୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷା ହଲ ଭିତରକୁ ୫୦ ଏମ୍ଏଲର ସାନିଟାଇଜର ନେଇପାରିବେ ପରୀକ୍ଷାର୍ଥୀ। ସେହିପରି ଗେଟ୍ ନିକଟରେ ଥର୍ମାଲ ସ୍କାନିଂ କରାଯିବ। ସେହିପରି ମାର୍ଚ୍ଚ ୧୫ରୁ ୧୮ ତାରିଖ ମଧ୍ୟରେ ୫ ଲକ୍ଷ ୪ ହଜାର ୫୪୦ ଜଣ ପରୀକ୍ଷାର୍ଥୀ ପାରକ୍ଷା ଦେବେ । ଏପ୍ରିଲ ୨୭ରୁ ୩୦ ତାରିଖ ମଧ୍ୟରେ ୪ ଲକ୍ଷ ୯୮ ହଜାର ୯୧୦ ଜଣ ପରୀକ୍ଷା ଦେବେ । ମେ’ ୨୪ରୁ ୨୮ ତାରିଖ ମଧ୍ୟରେ ୫ ଲକ୍ଷ ୯ ହଜାର ୯୭୨ ଜଣ ପରୀକ୍ଷା ଦେବେ।



Visitors Today : 2
Total Visitors : 130224
Total Views : 9891699
Visitors Online Now : 0