ସମ୍ବଲପୁର : ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ମା’ଙ୍କର ଏହି ବେଶ ଗଙ୍ଗା ବେଶ ବା ସରସ୍ୱତୀ ବେଶ ବୋଲି ମଧ୍ୟ କୁହାଯାଏ। ଗୁରୁବାର ଅର୍ଥାତ୍ ଆଜି ମଧ୍ୟରାତ୍ରୀରୁ ହିଁ ମା’ଙ୍କୁ ବେଶ କରିବା କାର୍ଯ୍ୟ ଆରମ୍ଭ ହେବ । ବର୍ଷରେ ଥରେ ହେଉଥିବା ମାଙ୍କ ଏହି ବିରଳ ବେଶ ଦର୍ଶନ ପାଇଁ ସବୁବର୍ଷ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ଼ ଜମିଥାଏ। ଚଳିତ ବର୍ଷ ଭକ୍ତମାନେ ଘରେ ରହି ଡିଜିଟାଲ ପ୍ଲାଟଫର୍ମରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଫିସିଆଲ୍ ଫେସବୁକ ପେଜରେ ମା ଙ୍କ ଲାଇଭ୍ ଦର୍ଶନ କରିପାରିବେ ବୋଲି ଟ୍ରଷ୍ଟବୋର୍ଡ ସଭାପତି ସୂଚନା ଦେଇଛନ୍ତି।



Visitors Today : 2
Total Visitors : 130785
Total Views : 9900023
Visitors Online Now : 0