spot_img

ଆଜିଠାରୁ ପୁଣି ଆଇଟିଆଇ ନାମ ଲେଖା ପକ୍ରିୟା ଆରମ୍ଭ

ଭୁବନେଶ୍ୱର : ୨୦୨୦-୨୧ ଶିକ୍ଷାବର୍ଷରେ ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ମଧ୍ୟ ୩୩୨ଟି ଘରୋଇ ଆଇଟିଆଇରେ ଜଣେ ବି ହେଲେ ଛାତ୍ରଛାତ୍ରୀ ନାମ ଲେଖାଇ ନାହାନ୍ତି। ପିଲା ହେଉ ନ ଥିବାରୁ ରାଜ୍ୟର ୬୭ଟି ଘରୋଇ ଆଇଟିଆଇରେ ତାଲା ପଡ଼ିବାକୁ ବସିଲାଣି। ଏବେ ବି ଅଧା ସିଟ୍ ଖାଲି ପଡ଼ିଛି। ଶିଳ୍ପ ଅଞ୍ଚଳରେ ଥିବା କିଛି ଆଇଟିଆଇରେ ୫୦ପ୍ରତିଶତରୁ ଅଧିକ ସିଟ୍ ପୂରଣ ହୋଇଛି। ନ ହେଲେ ସବୁଠି ସିଟ୍ ଖାଲି ପଡ଼ିଛି। ପିଲାମାନେ କିଭଳି ଆଇଟିଆଇରେ ପଢ଼ିବାକୁ ଆକୃଷ୍ଟ ହେବେ, ସେଥିପ୍ରତି ଗୁରୁତ୍ବ ନ ଦେଇ ଗୋଟିଏ ପରେ ଗୋଟିଏ ଶିକ୍ଷାନଷ୍ଠାନ ଖୋଲିବା ପଛର ଉଦ୍ଦେଶ୍ୟକୁ ନେଇ ଶିକ୍ଷାବିତମାନେ ପ୍ରଶ୍ନ କରିଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ, ୪୯ଟି ସରକାରୀ ଆଇଟିଆଇରେ ୧୮ହଜାର ୩୯୦ ସିଟ୍ ରହିଛି। ସେଥିମଧ୍ୟରୁ ୯୨୬୭ସିଟ୍ ପୂରଣ ହୋଇଛି । ଆହୁରି ୯୧୨୩ ସିଟ୍ ଖାଲି ପଡ଼ିଛି। ସେହିପରି ୪୫୫ଘରୋଇ ଆଇଟିଆଇର ବିଭିନ୍ନ ଟ୍ରେଡରେ ୭୭ହଜାର ୧୨୬ ସିଟ୍ ରହିଥିବା ବେଳେ ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ମାତ୍ର ୧୬୪୮ ସିଟ୍ ପୂରଣ ହୋଇଛି। ଘରୋଇ ଆଇଟିଆଇଗୁଡ଼ିକରେ ଏପର୍ଯ୍ୟନ୍ତ ମାତ୍ର ୨ପ୍ରତିଶତ ସିଟ୍ ପୂରଣ ହୋଇଥିବା ବେଳେ ଆହୁରି ୯୮% ସିଟ୍ ଖାଲି ପଡ଼ିଛି। ନାମଲେଖାର ଏଭଳି ସ୍ଥିତିକୁ ଦେଖି ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶାଳୟ ପକ୍ଷରୁ ଶିକ୍ଷାନୁଷ୍ଠାନସ୍ତରରେ ସ୍ପଟ୍ ଆଡମିସନ୍ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସସି , ଏସଟି , ମହିଳା ଓ ଅନ୍ୟାନ୍ୟ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୨୪ତାରିଖରେ ଓ ଅନ୍ୟାନ୍ୟ ବର୍ଗଙ୍କ ଲାଗି ଆସନ୍ତା ୨୫ରୁ ୩୦ ତାରିଖ ମଧ୍ୟରେ ଆଇଟିଆଇ ସ୍ତରରେ ନାମଲେଖା କରାଯିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular