ସମ୍ବଲପୁର: ରାତି ପାହିଲେ ପାଳିତ ହେବ ନୂଆ ଖାଇ । ପଶ୍ଚିମ ଓଡିଶାରେ ଏହି ନୂଆ ଖାଇ ପର୍ବକୁ ବହୁ ଧୁମ୍ ଧାମରେ ପାଳନ କରାଯାଏ । ଆଜି ସମଗ୍ର ପଶ୍ଚିମ ଓଡିଶାରେ ପାଳନ କରାଯାଉଛି ପାହୁର ଯାତ୍ରା । କିନ୍ତୁ ଚଳିତ ବର୍ଷ କରୋନା କଟକଣା ଭିତରେ ପାଳିତ ହେବ ନୂଆଖାଇ ପର୍ବ । କୋଭିଡ କଟକଣା ଭିତରେ କେବଳ ସେବାୟତ ମାନେ ପୂଜା କରିପାରିବେ । ସାଧାରଣ ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ନାହିଁ । ଏହି ଅବସରରେ ନୂଆଖାଇ ପାଇଁ ଆବଶ୍ୟକ ସମସ୍ତ ଲୋଭାଯାତ୍ରାରେ ପରିକ୍ରମା କରାଯାଇ ମନ୍ଦିର ବେଢା ମଧ୍ୟକୁ ନିଆଯାଇଥାଏ । ଆସନ୍ତା କାଲି ନୂଆଖାଇ ଅବସରରେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବା ସହ ନବାନ୍ନ ଭୋଗ ଲାଗି ହେବ । ପ୍ରଥମେ ଇଷ୍ଟଦେବୀଙ୍କୁ ଲାଗି କରାଯିବା ପରେ ପରିବାର ସଦସ୍ୟ ଏକାଠି ନୂଆ ଖାଇଥାନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0