(1) ଆଜି କେନ୍ଦ୍ର କ୍ୟାବିନେଟ ବୈଠକ । ଚାଷୀଙ୍କ ସମସ୍ୟା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା । କରୋନା ଭାଇରସ ଓ ଭ୍ୟାକସିନ୍ ପ୍ରସଙ୍ଗ ଉପରେ ମଧ୍ୟ ହୋଇପାରେ କଥା ।
(2) କୃଷିମନ୍ତ୍ରୀ ତୋମାରଙ୍କ ସହ କୃଷକଙ୍କ ଆଜିର ବୈଠକ ବାତିଲ । ଅମିତ ଶାହାଙ୍କ ସହ ଆଲୋଚନା ଫେଲ ପରେ କେନ୍ଦ୍ର କ୍ୟାବିନେଟ ବୈଠକକୁ ଅପେକ୍ଷା । ସରକାରଙ୍କ ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ନେଇ ଅପରାହ୍ନରେ କୃଷକ ସଂଗଠନର ବୈଠକ ।
(3) ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ । ୧୧ ଟି ପ୍ରସ୍ତାବକୁ ମିଳିପାରେ ଅନୁମୋଦନ । ଫୁଲବାଣୀ, କୋରାପୁଟ ମେଡିକାଲ କଲେଜ ନିର୍ମାଣ ପାଇଁ ଟେଣ୍ଡର । ସାଧାରଣ ପ୍ରଶାସନ ବିଭାଗ ଓ ଜଳସମ୍ପଦ ବିଭାଗର କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ନେଇ ଆସିପାରେ ପ୍ରସ୍ତାବ ।
(4) ୨ ଆତଙ୍କବାଦୀ ନିପାତ । ଜମ୍ମୁକାଶ୍ମୀର ପୁଲୱାମାରେ ଏନକାଉଁଣ୍ଟର । ଟିକେନ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ଜାରି । ଆତଙ୍କବାଦୀ ଗୋଷ୍ଠୀ ନେଇ ସ୍ପଷ୍ଟ ହୋଇନି ଚିତ୍ର ।
(5) ରାଉରକେଲାରେ ପୁଣି ଜିଏସଟି ଠକେଇ । ୧୭୦ କୋଟି ଟଙ୍କାର ଆୟକର ହେରଫେର୍ ଅଭିଯୋଗ । ୧୭ ଗିରଫ । ୩ ଶିଳ୍ପ ସଂସ୍ଥା ବିରୋଧରେ ଗତ ୩ ତାରିଖରେ ଆୟକର ବିଭାଗ ଚଢାଉ ।
(6) ଆଜି ଇକୋ ରିଟ୍ରେଟର ଉଦଘାନ । ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୫ ଟି ପର୍ଯ୍ୟଟନସ୍ଥଳୀରେ ୩ ମାସ ସୁଯୋଗ । ସେପଟେ ବାଲିପୁଟରେ ପ୍ରକୃତିର ଶୋଭାରାଜିକୁ ଅତି ନିକଟରୁ ଦେଖିପାରିବେ ପର୍ଯ୍ୟଟକ ।
(7) ଥରୁଛି ଓଡିଶା.. ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ସର୍ବନିମ୍ନ ତାପମାତ୍ରା ରହିଛି ୧୨ ରୁ ୧୪ ଡିଗ୍ରି । ଆଉ ନାହିଁ ଘନ କୁହୁଡି । ଆସନ୍ତା ୫ ଦିନ ହେବନି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0