ଭୁବନେଶ୍ୱର : କରୋନା ନେଲା ଆଉ ୧୩ ଜୀବନ । ରାଜ୍ୟରେ ବଢ଼ି ଚାଲିଛି କରୋନା କୋପ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ସେହି ଗତିରେ ବୃଦ୍ଧି ପାଉଛି । ରାଜ୍ୟରେ ଆଜି ନୂଆ କରୋନା ମୃତକଙ୍କୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୨୭୨ରେ ପହଞ୍ଚିଲା ।
ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ଜଣ,କୋରାପୁଟ ୨,ବାଲେଶ୍ୱର,ବରଗଡ଼,ନୟାଗଡ଼,ଖୋଦ୍ଧା ଓ ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି ।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଅନୁଗୁଳ୨, ବାଲେଶ୍ୱର ୫, ବରଗଡ଼ ୩, ଭଦ୍ରକ ଜିଲ୍ଲାରେ ୪, କଟକରେ ୧୧ , ଡ଼େଙ୍କାନାଳ୧,ଗଜପତିରେ ୧୬, ଗଞ୍ଜାମରୁ ୧୩୧, ଜଗତସିଂହପୁର ୨, ଯାଜପୁରରେ ୩ , ଝାରସୁଗୁଡ଼ାରେ ୧ , କଳାହାଣ୍ଡି ୨, କନ୍ଧମାଳରେ ୫ , କେନ୍ଦ୍ରାପଡ଼ାରେ ୩, କେନ୍ଦୁଝର ୪ ,କୋରାପୁଟ ୨, ଖୋର୍ଦ୍ଧାରେ ୩୫ , ମାଲକାନାଗିରି ୨, ମୟୁରଭଞ୍ଜ ୧,ନବରଙ୍ଗପୁର୧,ନୟାଗଡ଼ରେ ୫ , ପୁରୀରେ ୪ , ରାୟଗଡ଼ା ଜିଲ୍ଲାରେ ୧୦, ସମ୍ବଲପୁର ୨ , ସୁନ୍ଦରଗଡ଼ରେ ୧୭, ଜଣଙ୍କର ମୃତ୍ୟୁ ହୋଇଛି ।
ରାଜ୍ୟରେ ୧୫ ହଜାର ୩୬୪ ସକ୍ରିୟ କେସ ଥିବା ବେଳେ ୩୦ ହଜାର ୨୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0