spot_img

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ …

ଭୁବନେଶ୍ବର: ଆଜି ରାଜ୍ୟରେ ୨୯୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୨୬ଏବଂ ସ୍ଥାନୀୟ ଅଞ୍ଚଳରୁ ୧୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯କୁ ବୃଦ୍ଧିପାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର  ସୂଚନା ଅନୁଯାୟୀ
ଅନୁଗୁଳରେ ୬୪୬, ବାଲେଶ୍ବରରେ ୨,୯୪୮, ବରଗଡ଼ ଜିଲ୍ଲାରେ ୧,୩୬୨, ଭଦ୍ରକ ଜିଲ୍ଲାରେ ୨,୧୬୪, ବଲାଙ୍ଗୀରରେ ୧,୪୩୦, ବୌଦ୍ଧରେ ୫୨୮, କଟକରେ ୫,୯୨୧, ଦେବଗଡ଼ ଜିଲ୍ଲାରେ ୧୫୩ , ଢେଙ୍କାନାଳରେ ୧,୨୨୮, ଗଜପତିରେ ୨,୬୫୪, ଗଞ୍ଜାମ ଜିଲ୍ଲାରେ ୧୬,୫୨୮, ଜଗତସିଂହପୁର ଜିଲ୍ଲାରେ୧,୩୮୪, ଯାଜପୁରରେ ୨,୯୧୫, ଝାରସୁଗୁଡ଼ାରେ ୮୩୧, କଳାହାଣ୍ଡିରେ ୧,୧୧୬, କନ୍ଧମାଳରେ ୧,୮୭୦, କେନ୍ଦ୍ରାପଡ଼ାରେ ୧,୨୧୨, କେନ୍ଦୁଝରରେ ୧,୪୯୧, ଖୋର୍ଦ୍ଧାରେ ୧୨,୩୬୮, କୋରାପୁଟରେ ୨,୭୨୦, ମାଲକାନଗିରିରେ ୧,୮୫୮, ମୟୂରଭଞ୍ଜରେ ୨,୨୭୭, ନବରଙ୍ଗପୁର ଜିଲ୍ଲାରେ ୮୨୭, ନୟାଗଡ଼ରେ ୨,୨୮୭, ନୂଆପଡ଼ାରେ ୩୧୭, ପୁରୀରେ ୨,୬୭୭, ରାୟଗଡ଼ାରେ ୩,୨୪୩, ସମ୍ବଲପୁରରେ ୨,୧୦୮, ସୋନପୁର ଜିଲ୍ଲାରେ ୫୨୭, ସୁନ୍ଦରଗଡ଼ରେ ୩,୮୮୯ ରେ ପହଞ୍ଚିଛି।

ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୫୪,୪୦୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬,୬୦୧ରହିଛି। କରୋନାରେ ୪୧୯ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular