ପୂର୍ବତନ ମନ୍ତ୍ରୀ ବା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୬ ବର୍ଷ ବୟସରେ ବିଷ୍ଣୁଙ୍କର ଦେହାନ୍ତ ହୋଇଛି । ବିଷ୍ଣୁଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଗତସିଂହପୁର ରାଜନୀତିର ଟାଣୁଆ ଚେହେରା ଭାବେ ଜଣାଶୁଣା ଥିଲେ ବିଷ୍ଣୁ ।ବିଷ୍ଣୁ ଦଳିତ ଓ ଅବହେଳିତଙ୍କ ପାଇଁ ସାରା ଜୀବନ ଉତ୍ସର୍ଗ କରିଥିଲେ । ସେ ୬ ଥର ବିଧାୟକ ଥିବା ବେଳେ ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି ।

ସେହିଭଳି ୨୦୧୬ରେ ରାଜ୍ୟସଭା ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ବିଷ୍ଣୁ ।୧୯୯୦ରୁ ୨୦୧୪ ପର୍ୟ୍ୟନ୍ତ ଜଗତସିଂହପୁର ଓ ୨୦୧୯ରେ ତିର୍ତ୍ତୋଲରୁ ନିର୍ବାଚିତ ହୋଇଥିଲେ । ଏହାଛଡା ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0