ଅନୁଗୋଳ : ଅନୁଗୋଳ କଣିହାଁଠାରେ ଟ୍ରକ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ପରେ ଉତ୍ତେଜନା। ପ୍ରତିବାଦରେ NTPC କଣିହାଁ ମୁଖ୍ୟରାସ୍ତା ଏବଂ NTPC ମାର୍କେଟ ବନ୍ଦ କରିଛନ୍ତି ପରିବାର ଏବଂ ସ୍ଥାନୀୟ ଲୋକ । NTPCର ପାଉଁଶ ବୋଝେଇ ଗାଡି ଏହି ରାସ୍ତା ଦେଇ ଯାଉଛି । ତେଣୁ ଦୁର୍ଘଟଣା ହେଉଛି । NTPC ତାର ସ୍ଵତନ୍ତ୍ର ରାସ୍ତା ତିଆରି କରୁ ବୋଲି କହିବା ସହ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କା ଏବଂ ପରିବାରରୁ ଜଣଙ୍କୁ ନିଯୁକ୍ତି ଦାବି କରିଛନ୍ତି ଉତ୍ତ୍ୟକ୍ତଲୋକ । କିନ୍ତୁ ଏଥିପ୍ରତି ନାଁ ପ୍ରଶାସନ ନା NTPC କର୍ତ୍ତୃପକ୍ଷ କେହି ଶୁଣୁ ନଥିବା ଅଭିଯୋଗ ଆଣୁଛନ୍ତି । ଦାବି ପୂରଣ ନ ହେବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସ୍ଥାନୀୟଲୋକ ଦାବି କରିଛନ୍ତି । କଣିହାଁ ନକନକା ଓମ ଢାବା ପାଖରେ ଟ୍ରକ ସହିତ ବାଇକ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲେ । ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଅନୁଗୋଳ ମେଡିକାଲରେ ମୃତ ଘୋଷଣା କରାଯାଇଥିଲା । ମୃତକମାନେ ହେଲେ କମରେଇ ଗାଁର ଲଲିତ ସାହୁ ଏବଂ ଜ୍ୟୋତିରଞ୍ଜନ ସାହୁ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0