ସୋନପୁର : ବଲାଙ୍ଗିର-ସୋନପୁର ରାସ୍ତାର ବଡ଼ଝିଙ୍କି ନିକଟରେ ଆଜି ଭୋରରେ ଏକ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ହରିଣାପାଲି ଗାଁର ଏକ ବରଯାତ୍ରୀ ପାର୍ଟିର କିଛି ଲୋକ ବୋଲେରୋ ଯୋଗେ ପାଟଣାଗଡ଼ ଯାଇଥିଲେ। ବାହାଘର ସାରି ସେମାନେ ବିଳମ୍ବିତ ରାତିରେ ସେଠାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଭୋର ସମୟରେ ବଡ଼ଝିଙ୍କିଠାରେ ଏକ ଚାଉଳ ବୋଝେଇ ଟ୍ରକ ବୋଲେରୋକୁ ଧକ୍କା ଦେଇଥିଲା । ଫଳରେ ବୋଲେରୋରେ ଥିବା ୮ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ପୁଲିସ ପହଞ୍ଚି ଗୁରୁତରମାନଙ୍କୁ ମେଡିକାଲ ସ୍ଥାନାନ୍ତର କରିଛି। ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0