ଆନନ୍ଦପୁର : ଶୁକ୍ରବାର ଆନନ୍ଦପୁର ଶାଳପଡ଼ା ଓଭର ବ୍ରିଜ୍ ନିକଟରେ ବସ ଉପରକୁ ଟ୍ରକ ଓଲଟିବା ଘଟଣା । ଅଳ୍ପକେ ବତର୍୍ିଲେ ୫୦ରୁ ଉର୍ଦ୍ଧଯାତ୍ରୀ । ଦୁର୍ଘଟଣାରେ ଟ୍ରକ ଚାଳକ ଏବଂ ବସ କଣ୍ଡକ୍ଟର ଗୁରୁତର ଆହତ ହୋଇଥିବା ସୁଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀ ପହଁଚି ଲୋକ ମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଦୀର୍ଘଦିନ ହେବ ଆନନ୍ଦପୁର ୨୦ ନଂ ରାଜପଥ ଅଧପନ୍ତରୀୟା ହୋଇ ପଡ଼ିଥିବାରୁ ଅଂଚଳରେ ଦୁର୍ଘଟଣା ଘଟିଚାଲିଛି । ପ୍ରଶାସନର ଅବହେଳା ଯୋଗୁଁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0