ଟ୍ୱିଟରକୁ ଝୁରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମାଇକ୍ରୋ ବ୍ଲଗିଂ ୱେବ୍ସାଇଟ୍ ଟ୍ୱିଟର କଥା ତାଙ୍କୁ ଭାରି ମନେ ପଡୁଛି। ଏଥିପାଇଁ ସେ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ଆକ୍ଟିଭ କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଜାନୁଆରୀ ୬ ରେ ଆମେରିକା ସଂସଦ ହିଂସା ପରେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ସ୍ଥଗିତ ରଖାଯାଇଥିଲା। ତା’ପରେ ଅନ୍ୟ ସୋସିଆଲ ମିଡିଆ କମ୍ପାନୀମାନେ ମଧ୍ୟ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତାଙ୍କ ଓକିଲମାନେ କହିଛନ୍ତି, ଦେଶର ରାଜନୀତିରେ ଟ୍ୱିଟରର ତା’ର ଶକ୍ତି ଏବଂ ନିୟନ୍ତ୍ରଣକୁ ବ୍ୟବହାର କରୁଛି, ଯାହାର କୌଣସି ସୀମା ନାହିଁ। ଗଣତନ୍ତ୍ର ଉପରେ ବିତର୍କ ପାଇଁ ମଧ୍ୟ ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ। ସେପଟେ ଟ୍ୱିଟର ଏହି ମାମଲାକୁ ନେଇ କିଛି କହିବାକୁ ସଫା ସଫା ମନା କରିଦେଇଛି। ଅଦାଲତରେ ଦାଖଲ ନିବେଦନରେ ଟ୍ରମ୍ପ କହିଛନ୍ତି, ଟ୍ୱିଟର ତାଲିବାନକୁ ନିୟମିତ ରୂପେ ଟ୍ୱିଟ୍ କରିବାକୁ ଅନୁମତି ଦେଇଛି। କିନ୍ତୁ ରାଷ୍ଟ୍ରପତି ପଦ ଥିବା ସମୟରେ ବି ତାଙ୍କ ଟ୍ୱିଟ୍କୁ ‘ବିଭ୍ରାନ୍ତିକର ସୂଚନା’ ହିଂସା ବଢ଼ାଉଥିବା କହି ସେମାନେ କମ୍ପାନୀର ନିୟମ ଉଲ୍ଲଂଘନ କରିଥିବା ଦର୍ଶାଇଛନ୍ତି।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0