ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳର ୧୨ ସାଂସଦ ରାଜ୍ୟସଭାରୁ ନିଲମ୍ବିତ। ଏହି ୧୨ ସାଂସଦଙ୍କୁ ପୂରା ଅଧିବେଶନରୁ ନିଲମ୍ବିତ କରାଯାଇଛି। ଏଥିରେ କଂଗ୍ରେସର ଛଅ, ଟିଏମସି ଓ ଶିବସେନାର ଦୁଇ ଦୁଇ ଜଣ ସାଂସଦ ଥିବା ବେଳେ ସିପିଏମ ଓ ସିପିଆଇର ଜଣେ ଲେଖାଏଁ ସାଂସଦ ସାମିଲ୍। ସୋମବାର ଯେତେବେଳେ ସଂସଦର ଅଧିବେଶନ ଆରମ୍ଭ ହେଲା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଏହା ଉପରେ ନିଷ୍ପତ୍ତି ଶୁଣାଇଛନ୍ତି। ଉଲ୍ଲେଖନୀୟ ରାଜ୍ୟସଭାରେ ଏହି ସବୁ ବିରୋଧୀ ସାଂସଦଙ୍କ ଅମର୍ଯ୍ୟାହୀନ ବ୍ୟବହାରକୁ ନେଇ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଭାବୁକ ହୋଇ ପଡିଥିଲେ। ଏଥିପାଇଁ ଆଶା କରାଯାଉଥିଲା ଯେ, ସଭାପତି ଏହି ବିଷୟରେ କୌଣସି ବଡ କାର୍ଯ୍ୟାନୁଷ୍ଠାନ ନେବେ। ଏମାନେ ହେଉଛନ୍ତି ସେହି ସାଂସଦ ଯେଉଁମାନେ ଗତ ଅଧିବେଶନରେ କୃଷକ ଆନ୍ଦୋଳନ ଏବଂ ଅନେକ ପ୍ରସଙ୍ଗରେ ସଂସଦର ଉଚ୍ଚ ସଦନରେ ଖୁବ୍ ହଙ୍ଗାମା କରିଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0