ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ସୋସିଆଲ ନେଟୱାର୍କିଂ ସାଇଟ୍ ଟ୍ୱିଟର ହ୍ୟାକ୍ ହୋଇଥିବା ଜଣାପଡ଼ିଛି । ହ୍ୟାକ୍ ହୋଇଥିବା ଆକାଉଣ୍ଟ୍ଗୁଡ଼ିକରେ ‘କ୍ରିପ୍ଟୋକରେନ୍ସି’ ବା ‘ଡିଜିଟାଲ୍’ (ବିଟ୍କଏନ୍) ମୁଦ୍ରା ପଠାଇବାକୁ ଫଲୋୟର୍ସମାନଙ୍କୁ ଉତ୍ସାହିତ କରି ବାର୍ତ୍ତା ଦିଆଯାଇଥିଲା। ଆକାଉଣ୍ଟ୍ ହ୍ୟାକ୍ ହୋଇଥିବା ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ବାରାକ୍ ଓବାମା, ଜୋ ବାଇଡେନ୍, ଜେଫ୍ ବେଜୋସ୍, ୱାରେନ୍ ବଫେଟ୍, ବିଲ୍ ଗେଟ୍ସ୍, ମାଇକ୍ ବ୍ଲୁମ୍ବର୍ଗ, ଏଲନ୍ ମସ୍କ୍, କେନି ୱେଷ୍ଟ୍ ଏବଂ ଅନ୍ୟମାନେ ଅଛନ୍ତି। ଉବେର୍ ଓ ଆପଲ ଭଳି କର୍ପୋରେଟ୍ ଆକାଉଣ୍ଟ୍ ମଧ୍ୟ ଏଥିରୁ ବାଦ୍ ପଡ଼ି ନ ଥିଲା। ବିଟ୍କଏନ୍ ଠିକଣାକୁ ପଠାଯାଉଥିବା ପ୍ରତି ୧୦୦୦ ଡଲାର୍ ପାଇଁ ୨୦୦୦ ଡଲାର୍ ଦିଆଯିବା ନେଇ ଫେକ୍ ଟୁଇଟ୍ ହେବା ପରେ ତୁରନ୍ତ ଏହି ଟ୍ୱିଟ୍ ପୋଷ୍ଟ୍ଗୁଡ଼ିକୁ ଡିଲିଟ୍ କରାଯାଇଥିଲା । ନିରାପତ୍ତାଜନିତ ତ୍ରୁଟିବିଚ୍ୟୁତି ଯୋଗୁଁ ଏଭଳି ଅଘଟଣ ଘଟିଥିବା କଥା ଟ୍ୱିଟର ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0