ଭଦ୍ରକ : ଘରେ ଚୋରାରେ ମଦ ରଖି ବେପାର କରୁଥିବା ବେଳେ ମାଡିବସିଲା ପୋଲିସ । ବିପୁଳ ପରିମାଣରେ ମଦ ଜବତ । ଚୋରା ମଦ କାରବାର ଓ ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ଭଦ୍ରକ ଟାଉନ ପୋଲିସ । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ମୋଟେଲ ଛକ ନିକଟରେ ଏକ ଘରେ ଚୋରାରେ ମଦ ବିକ୍ରି ହେଉଥିବାର ପୋଲିସ ଖବର ପାଇଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ଉକ୍ତ ଅଞ୍ଚଳରେ ଚଢାଉ କରିବା ସହ ମଦ ବିକ୍ରି ହେଉଥିବା ଘର ଉପରେ ପୋଲିସ ଛାନଭିନ କରିଥିଲା । ଚଢାଉ ସମୟରେ ବିଭିନ୍ନ ବ୍ରାଣ୍ଡର ଚୋରା ମଦ ପେଟି ଜବତ କରିଥିଲା ପୋଲିସ । ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ଅଧିକ ତଦନ୍ତ ଚଳାଇଛି ଟାଉନ ଥାନା ପୋଲିସ । ଜବତ ହୋଇଥିବା ମଦର ପରିମାଣ ପ୍ରାୟ ୪୮ ଲିଟରରୁ ଅଧିକ ବୋଲି ଜଣାପଡିଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0