spot_img

ପ୍ରଶାସନିକ ଅଧିକାରୀ ଓ ଜଣେ କିରାଣି କରୋନା ଆକ୍ରାନ୍ତ.. ୫ଦିନ ହୋମ କ୍ୱାରେଣ୍ଟନରେ ରହିବାକୁ ନିର୍ଦ୍ଦେଶ

ବାଲେଶ୍ୱର: ରେମୁଣା ସ୍ଥିତ ଫକୀରମୋହନ ମେଡିକାଲ କଲେଜରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ମାନେ ମେଡିକାଲ କଲେଜର ଜଣେ ପ୍ରାଶାସନିକ ଅଧିକାରୀ ଓ ଜଣେ କିରାଣୀ । ଏନେଇ ସୂଚନା ପାଇବା ପରେ କାର୍ଯ୍ୟାଳୟ ସମେତ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ୫ ଦିନ ପର୍ଯ୍ୟନ୍ତ ସଂଙ୍ଗରୋଧ କେନ୍ଦ୍ରରେ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି ।
ସୂଚନା ମୁତାବକ, ମେଡିକାଲ କଲେଜରୁ ଚିହ୍ନଟ ହୋଇଥିବା ଏହି ଦୁଇ ଜଣ କିପରି ଆକ୍ରାନ୍ତ ହୋଇଛନ୍ତି ଏବଂ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହା ଜଣାପଡି ନାହିଁ । କିନ୍ତୁ ତାଙ୍କ ସଂସ୍ପର୍ଶରେ ମେଡିକାଲ କଲେଜର ଡିନ୍ , ସୁପରିଟେଣ୍ଡେଣ୍ଟଙ୍କ ସମେତ ଏକାଧିକ ଡାକ୍ତର ଏବଂ ବିଶେଷଜ୍ଞମାନେ ମଧ୍ୟ ଆସିଥିବା ଜାଣିବାକୁ ମିଳିଛି । ଏନେଇ ମେଡିକାଲ କଲେଜ ଏବଂ ଡିନଙ୍କ କାର୍ଯ୍ୟାଳୟକୁ ତୁରନ୍ତ ବିଶୋଧିତ କରାଯଉଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular