spot_img

କନ୍ଧମାଳ ପୁଲିସକୁ ବଡ଼ ସଫଳତା: ଧ୍ୱଂସ ହେଲା ୨ ମାଓ କ୍ୟାମ୍ପ

କନ୍ଧମାଳ: କନ୍ଧମାଳ ପୁଲିସକୁ ବଡ଼ ସଫଳତା ମିଳିଛି । କନ୍ଧମାଳ ଓ କଳାହାଣ୍ଡି ପୁଲିସର ମିଳିତ ସହଯୋଗରେ ଚାଲିଥିବା କମ୍ବିଂ ଅପରେଶନରେ ମିଳିଛି ଏହି ବଡ଼ ସଫଳତା । ଗତ ଦୁଇଦିନ ହେବ ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଅଭିଯାନ ଚଳାଇ ଦୁଇଟି ମାଓ କ୍ୟାମ୍ପ ଧ୍ୱଂସ କରିବା ସହିତ ଅନେକ ପରିମାଣରେ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ କରାଯାଇଛି । ଏନେଇ କନ୍ଧମାଳ ଏସପି ଭୀନିତ ଅଗ୍ରୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

kandhamal2
ମିଳିଥିବା ସୂଚନା ଅନୁଯାୟୀ, ଗତ ୧୫ ତରିଖରେ ମାଓ ଗତିବିଧି ଉପରେ ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ବାଲିଗୁଡ଼ା ଥାନା ପୋଖରିବନ୍ଧ ଜଙ୍ଗଲରେ ପୁଲିସର ଏକ ଟିମ କମ୍ବିଂ ଅପରେଶନ ଚଳାଇଥିଲା । ଏହି ଅପରେଶନ ସମୟରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପ୍ରାୟ ୧୫ ମିନିଟ ଗୁଳିବିନିମୟ ଜାରୀ ରହିଥିଲା । ପରେ ମାଓବାଦୀ ମାନେ ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ । ଏହା ପରେ ପୁଲିସ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେଶନ ଜାରି କରିଥିଲା । ଏହି ଅପରେଶନରେ ପୁଲିସ ସେଠାରୁ ଏକ ମାଓ କ୍ୟାମ୍ପ ଠାବ କରିବା ସହିତ ସେହି ସ୍ଥାନରୁ ୩ଟି ଦେଶୀ ବନ୍ଧକ ସହିତ ଅନେକ ମାଓ ସାମଗ୍ରୀ ଓ ଔଷଧ ଜବତ କରିଛି ପୁଲିସ । ତାହାପର ଦିନ ପୁଣିଥରେ କନ୍ଧମାଳ ଓ କଳାହାଣ୍ଡି ପୁଲିଶ ମିଳିତ ଭାବରେ ବୁନାରାଇ ଜଙ୍ଗଲରେ କମ୍ବିଂ ଅପରେଶନ ଚଳାଇଥିଲେ । ସେହି ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ୨ ଥର ଗୁଳି ବିନିମୟ ହୋଇଥିଲା । ଯେଉଁଥିରୁ ଏକ ମାଓ କ୍ୟାମ୍ପ ସହିତ ଅନେକ ମାଓ ସାମଗ୍ରୀ ଜବତ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular