କଳାହାଣ୍ଡି: ପୁୁଣି କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସିର୍କି ଜଙ୍ଗଲରେ ପୁଲିସ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣା ଘଟିଛି । ଗୁଳିିିବିନିମୟରେ ଦୁଇ ଏସଓଜି ଯବାନଙ୍କ ସହିଦ ହୋଇଛି । ସହିଦ ଦୁଇ ଯବାନ ହେଲେ ସୁଧୀର କୁମାର ଟୁଡ଼ୁ ଓ ଦେବାଶୀଷ ଟୁଡ଼ୁ ।
ସୂଚନାଅନୁଯାୟୀ, ବୁଧବାର ଦିନ ସର୍ଚ୍ଚ ଅପରେସନରେ ୫ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ସେଥିମଧ୍ୟରୁ ୪ ମହିଳା ମାଓବାଦୀ ଥିବାର ସୂଚନା ରହିଛି । ସର୍ଚ୍ଚ ଅପରେସନ ବେଳେ ୭ ଗୋଟି ମାଓ କ୍ୟାମ୍ପ ଠାବ କରାଯାଇଥିଲା । ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ମୁରଲୀ ଓ ବାଶଧାରା ଘୁମୁସର ନାଗାବଳୀ ଡ଼ିିଭିଜନ କମାଣ୍ଡର ନିଖିଳ ଘଟଣାସ୍ଥଳରୁ ଖସି ପଳାଇବାରରେ ସକ୍ଷମ ହୋଇଛନ୍ତି । ବର୍ତ୍ତମାନ ବି କଳାହାଣ୍ଡି ଓ କନ୍ଧମାଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0