spot_img

କଟକଣା ମଧ୍ୟରେ ମା ବାସୁଳୀଙ୍କ ଉଡାପର୍ବ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାର ଅଧିଷ୍ଠାତ୍ରୀ ଦେବୀ ମା’ ବାସୁଳୀଙ୍କ ଐତିହାସିକ ଉଡାପର୍ବ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ତେବେ ପଣାସଂକ୍ରାନ୍ତି ର ୧୦ ଦିନ ପୂର୍ବରୁ ଆନୁଷ୍ଠାନିକ ପୂଜାବିଧି ଅନୁଷ୍ଠିତ ହୋଇ ବୈଶାଖ ମାସ ପଣା ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି ଦିନ ପାଳିତ ହୋଇଥାଏ । ଉଡାପର୍ବ ପୂର୍ବ ଦିନ ମା’ଙ୍କ ମନ୍ଦିର ସମୁଖରେ ଅଞ୍ଚଳ ବାସୀ ଦୀପ ଜାଳିଥାନ୍ତି । ପ୍ରତେକ୍ ବର୍ଷ ୭୦/୮୦ ଜଣ ଭକ୍ତା ଖୁଣ୍ଟ ଓ ଦଣ୍ଡା ସାହାଯ୍ୟ ରେ ଉଡିଥାନ୍ତି କିନ୍ତୁ ଏବର୍ଷ କୋଭିଡ କଟକଣା ମଧ୍ୟରେ ୨୫ ଜଣ ଭକ୍ତରେ ଉଡାପର୍ବ ଅନୁଷ୍ଠିତ ହୋଇଯାଇଛି । ତେବେ ପୋଲିସ ଓ ପ୍ରଶସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦବସ୍ତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular