ମହାରାଷ୍ଟ୍ର: ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ବୃଦ୍ଧି ଘଟିବାରୁ ଏବେ ଚିନ୍ତାରେ ସରକାର। ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକଙ୍କୁ ଚେତାବନୀ ଦେଇଛନ୍ତିି। କରୋନା କଟକଣା ନମାନିଲେ ରାଜ୍ୟକୁ ଲକଡାଉନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସଂକ୍ରମଣକୁ କମ କରିବା ପାଇଁ ଲୋକ କରୋନା କଟକଣା ମାନିବା ସହ ମାସ୍କ ପିନ୍ଧିବା ଜରୁରୀ। ଯଦି ଲୋକେ ନିୟମର ଉଲ୍ଲଂଘନ କରନ୍ତି ତେବେ ତୁରନ୍ତ ରାଜ୍ୟକୁ ଲକଡାଉନ କରାଯିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲକଡାଉନ ହଠାତ ଆରମ୍ଭ ହେବ ନାହିଁ। ଆମେ ଏବେ କୌଣସି ବିକାଶ କାର୍ୟ୍ୟକୁ ବନ୍ଦ କରୁନାହୁଁ। ଆବଶ୍ୟକ ଥିବା ସ୍ଥାନରେ ଆସନ୍ତାକାଲି ସନ୍ଧ୍ୟା ଠାରୁ ଲକଡାଉନ୍ ଆରମ୍ଭ ହେବ। ଅମରାବତୀରେ ଆଜି ପ୍ରାୟ ୧୦୦୦ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଗତବର୍ଷ କରୋନା ସଂକ୍ରମଣ ଅଧିକ ଥିବା ସମୟରେ ମଧ୍ୟ ଅମରାବତୀରେ ଦୈନିକ ସଂକ୍ରମଣ ଏତେ ଅଧିକ ନଥିଲା। ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୩,୦୦୦ରେ ପହଞ୍ଚିଛି। ଏ ନେଇ ଅମରାବତୀ, ୟାୱାଟମାଲ, ଆକୋଲା, ବୁଲଧାନା ଏବଂ ୱାଶମିକୁ ଲକଡାଉନ କରାଯାଇଛି। ଏବେ ସବୁ ପ୍ରକାର କାମକୁ ଅନୁମତି ମିଳିଥିବା ବେଳେ ଲୋକେ କରୋନା କଟକଣା ମାନୁନଥିବା ଦେଖାଯାଉଛି। ଏ ନେଇ ସଂକ୍ରମଣ ବଢ଼ୁଥିବାରୁ ମୁଁ ଲୋକଙ୍କୁ କଟକଣା ମାନିବାକୁ ସତର୍କ କରାଉଛି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0