spot_img

କିଡସ୍ ହସପିଟାଲରେ କୋଭିଡ଼ କର୍ମଚାରୀ ଅସନ୍ତୋଷ

ଭୁବନେଶ୍ୱର: ଡ଼ୁମଡ଼ୁମା କିଡସ୍ ହସପିଟାଲରେ କୋଭିଡ଼ କର୍ମଚାରୀଙ୍କୁ ବକେୟା ଦରମା ନମିଳିବାରୁ ଅସନ୍ତୋଷ । କୋଭିଡ଼ ଦାୟିତ୍ୱରେ ଥିବା ନର୍ସ ଏବଂ ଆଟେନଡ଼େଂଟ କର୍ମଚାରୀ ମାନଙ୍କୁ ୨ ମାସରୁ ଅଧିକ ହେବ ଦରମା ମିଳିନାହିଁ । ଫଳରେ ସମସ୍ତ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ସେପଟେ, ହସ୍ପିଟାଲ କତୃପକ୍ଷ ଧାରଣାରେ ବସିଥିବା କର୍ମଚାରୀମାନଙ୍କୁ ଧମକ୍ ଦେଉଥବା ଅଭିଯୋଗ ହୋଇଛି । ଏନେଇ ଉଚ୍ଚପଦାଧିକାରୀଙ୍କ ସହ ଯୋଗାଯୋଗ ହୋଇଥିବା ବେଳେ ଆସନ୍ତା କାଲି ସୁଦ୍ଧା କର୍ମଚାରୀଙ୍କ ବକେୟା ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ମିଳିଥିଲା । ଗତ ମଙ୍ଗଳବାର ମଧ୍ୟ ଉଚ୍ଚ ପଦାଧିକାରୀମାନେ କର୍ମଚାରୀଙ୍କୁ ଏନେଇ ଲିଖିତ ପ୍ରତିଶୃତି ପ୍ରଦାନ କରିଥିଲେ, କିନ୍ତୁ ପ୍ରତିିଶୃତି ପାଳନ କରାଯାଇନଥିଲା । ତେଣୁ  ପୁଣି ଥରେ ଏପରି ପ୍ରତିଶୃତି ପାଇଥିଲେ ମଧ୍ୟ କର୍ମଚାରୀ ମାନେ ଧାରଣାରୁ ଓହରି ନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular