ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମଗ୍ରିକ ବଜେଟ୍ ଉପସ୍ଥାପନ କରିବେ ଯାହା ପ୍ରତି କ୍ଷେତ୍ରର ଆବଶ୍ୟକତା ପ୍ରତି ଦୃଷ୍ଟି ଦେଇ ପ୍ରସ୍ତୁତ କରାଯାଇଛି। କୃଷକଙ୍କ ସମେତ ସମସ୍ତ କ୍ଷେତ୍ର ଆଜିର ବଜେଟ୍ରୁ କିଛି ପ୍ରତ୍ୟାଶା କରୁଛନ୍ତି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି। ସେ କହିଛନ୍ତି, ସମସ୍ତଙ୍କ ପାଇଁ କିଛି ନା, କିଛି ରହିଛି ବୋଲି ବଜେଟ୍ ୨୦୨୨ ସୁନିଶ୍ଚିତ କରିବ। ବଜେଟ୍ ପ୍ରସ୍ତୁତି ସମୟରେ ସମାଜର ସବୁ ବର୍ଗଙ୍କ ପ୍ରତି ଦୃଷ୍ଟି ଦିଆଯାଇଛି। ଧୈର୍ୟ୍ୟ ଧରିବାକୁ ସମସ୍ତଙ୍କୁ ଅନୁରୋଧ। ବଜେଟ୍ ଜନସାଧାରଣଙ୍କୁ ସୁଖୀ କରିବେ।
ସୂଚନାଯୋଗ୍ୟ, ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ତାଙ୍କ ସହ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର୍ କିଷନ୍ରାଓ କରାଡ଼, ପଙ୍କଜ ଚୌଧୁରୀ ଏବଂ ଅର୍ଥମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଯାଇଥିଲେ। ଏଥର ମଧ୍ୟ ‘ଖାତା ବହି’ ପରିବର୍ତ୍ତେ ସେ ଟ୍ୟାବ୍ ବ୍ୟବହାର କରି ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଲୋକସଭାରେ ୨୦୨୨-୨୩ ବଜେଟ୍ ଉପସ୍ଥାପନ ଓ ପାଠ କରିବେ। ବଜେଟ୍ ଉପସ୍ଥାପନ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅପରାହ୍ଣ ୩.୪୫ରେ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0