ସିଭିଲ୍ ସର୍ଭିସ ଅଫିସର ହେବାକୁ ସ୍ୱପ୍ନ ଦେଖାଇଲେ। ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂ ଦେଲେ। ୩ ବର୍ଷରେ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ ବି ହେଲା। ହେଲେ ସବୁ ଫସର ଫାଟିଗଲା। କୋଚିଂ ନେଇଥିବା ଜଣେ ବି ଅଫିସର୍ ହୋଇପାରିଲେନି ଏବେ ପୁଣି ନିଟ୍, ଜେଇଇ ଭଳି ପ୍ରବେଶିକା ପରୀକ୍ଷା ପାଇଁ ମେଧାବୀଙ୍କୁ କୋଚିଂ ଯୋଜନାର ଭବିଷ୍ୟତକୁ ନେଇ ଚର୍ଚ୍ଚା । ବିଫଳତାର କାରଣ ନ ଖୋଜି ପୁଣି ନୂଆ ଯୋଜନା କରିବାକୁ ନେଇ ଉଠିଲାଣି ପ୍ରଶ୍ନ। ରାଜ୍ୟର ୮ ବିଶ୍ୱବିଦ୍ୟାଳୟରେ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର ଖୋଲିଦେଲେ ସରକାର। କୋଟି କୋଟି ଟଙ୍କା ବି ଖର୍ଚ୍ଚ ହେଲା। କହିଲେ, ରାଜ୍ୟରୁ ହିଁ ଗଢ଼ା ହେବେ ପୁଳା ପୁଳା ପ୍ରଶାସନିକ ସେବା ଅଧିକାରୀ। ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ସ୍ତରରେ ହିଁ ଦିଆଯିବ କୋଚିଂ। କିନ୍ତୁ ଫଳ ଶୂନ। ଜଣେ ବି ଛାତ୍ରଛାତ୍ରୀ UPSC ଏକଜାମ୍ କ୍ଲିୟର କରିପାରିଲେ ନାହିଁ। ହେଲେ ମେଧାବୀଙ୍କ କୋଚିଂ ବାବଦରେ ୩ ବର୍ଷରେ ରାଜ୍ୟ ସରକାର ଖର୍ଚ୍ଚ କରିଦେଲେ ୨ କୋଟି ୪୨ ଲକ୍ଷ ଟଙ୍କା।



Visitors Today : 2
Total Visitors : 130165
Total Views : 9891610
Visitors Online Now : 0